Odisha news

ପ୍ରତି ଗୁରୁବାରରେ ପାଠ କରନ୍ତୁ ଏହି ୫ଟି ମନ୍ତ୍ର ; ଜୀବନ ରେ ସୁଖ ସମୃଦ୍ଧିର ରହିବ ନାହିଁ ଅଭାବ

0

ଆମେ ସମସ୍ତେ ସକାଳୁ ଉଠିବା ମାତ୍ରକେ ପ୍ରାର୍ଥନା କରିଥାଉ ଯେ ଦିନ ସାରାର ସମସ୍ତ କାର୍ଯ୍ୟରେ ଆମେ ସଫଳତା ଲାଭ କରୁ ଓ ଆମର ଦିନଟି ଭଲରେ ଅତିବାହିତ ହେଉ l ସେଥିପାଇଁ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ସକାଳୁ ବ୍ରହ୍ମ ମୁହୂର୍ତ ରୁ ଉଠିବା ଦ୍ୱାରା ଜୀବନ ରେ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ l ସେହିଭଳି ସକାଳୁ ଉଠିବାରୁ ନେଇ ଶୋଇବା ପର୍ଯ୍ୟନ୍ତ ଆମ ଦ୍ୱାରା କରାଯାଇଥିବା କାର୍ଯ୍ୟର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ l ଶାସ୍ତ୍ର ଅନୁସାରେ ଏପରି ୫ଟି ମନ୍ତ୍ର ରହିଛି ଯାହାକୁ ନିୟମିତ ପାଠ କରିବା ଦ୍ୱାରା ଜୀବନରୁ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ ଓ ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ l

ହିନ୍ଦୁ ମାନ୍ୟତା ଅନୁସାରେ ଗୁରୁବାର ଦିନଟିର ଅନେକ ମହତ୍ୱ ରହିଛି l ତେଣୁ ଜୀବନର ସମସ୍ତ କଷ୍ଟ ଓ ସଙ୍କଟ କୁ ଦୂର କରିବା ପାଇଁ ଏହିସବୁ ମନ୍ତ୍ରକୁ ପାଠ କରିବା ଆବଶ୍ୟକ l

* ‘କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ୟେ ସରସ୍ବତୀ, କରମୂଳେ ତୁ ଗୋବିନ୍ଦଃ ପ୍ରଭାତେ କର ଦର୍ଶନ’ l
ମାନ୍ୟତା ଅନୁସାରେ ଆପଣଙ୍କ ହାତ ପାପୁଲି ରେ ଭଗବାନ ବିଷ୍ନୁ, ମାତା ଲକ୍ଷ୍ମୀ ଓ ମା ସରସ୍ବତୀ ବିରାଜମାନ କରିଛନ୍ତି , ତେଣୁ ସକାଳୁ ଉଠି ଏହି ମନ୍ତ୍ରକୁ ଜପ କରି କର ଦର୍ଶନ କରିବା ଦ୍ୱାରା ଜୀବନରେ ସୁଖସମୃଦ୍ଧି ର ବାସ ହୋଇଥାଏ l

* ‘ ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ଵତୀ , ନର୍ମଦେ ସିନ୍ଧୁ କାବେରୀ ଜଳଅସ୍ମିନ୍ସନିଧିଂ କୁରୁ ‘ l
ଗାଧୋଇବା ସମୟରେ ଆପଣଙ୍କ ଶରୀରରେ ଥିବା ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଏହି ମନ୍ତ୍ର ପାଠ କରନ୍ତୁ l ଏହି ମନ୍ତ୍ରର ଅର୍ଥ ହେଉଛି ଯେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ବତୀ, ନର୍ମଦା , ସିନ୍ଧୁ, କାବେରୀ ସମସ୍ତ ପବିତ୍ର ନଦୀ ମୋ ସ୍ନାନ ର ଜଳରେ ପଦାର୍ପଣ କରନ୍ତୁ l

* ‘ଓଂ ସୂର୍ଯ୍ୟାୟ ନମଃ ‘ l
ସ୍ନାନ ରୁ ନିବୃତ ହୋଇ ତମ୍ବା ଜାଦୁରେ ଜଳ ଭରି ସୂର୍ଯ୍ୟଦେବ ଙ୍କୁ ଅର୍ପିତ କରନ୍ତୁ ଓ ଏହି ମନ୍ତ୍ରକୁ ୧୧ ଥର ଜପ କରନ୍ତୁ l ଏହି ମନ୍ତ୍ର ଆପଣଙ୍କ ଆତ୍ମବିଶ୍ୱାସ ବଢାଇବ ଓ ସଫଳତା ଭରିଦେବି l

* ‘ଓଂ ସହ ନାବବତୁ , ସହ ନୌ ଭୁନକ୍ତୁ , ସହ ବୀର୍ଯ୍ୟ କରବାବହେ l ତେଜସ୍ବୀନବଧିତମସ୍ତୂ ମା ବିଦ୍ବିସାବହେ , ଓଂ ଶାନ୍ତି ଶାନ୍ତି ଶାନ୍ତି l ‘
ଆମକୁ ଈଶ୍ୱର ଭୋଜନ ଦେଉଥିବା କାରଣରୁ ଏହି ମନ୍ତ୍ରକୁ ପାଠ କରି ତାଙ୍କର ଧନ୍ୟବାଦ ଅର୍ପଣ କରିବା ଆବଶ୍ୟକ l ଏହାଦ୍ୱାରା ଜୀବନ ରେ ସମସ୍ତ ସଙ୍କଟ ଦୂର ହୋଇ ଯାଇଥାଏ l

* ‘ ଜଳେ ରଖତୁ ବାରାହ ସ୍ଥଳେ ରକ୍ଷତୁ ବାମନଃ , ଅଟାବ୍ୟାଙ୍ଗ ନରସିଂହଶ୍ଚ ସର୍ବତଃ ପାତୁ କେଶବହ l ‘
ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ରକୁ ପାଠ କରିବା ଖୁବ ଶୁଭ ଅଟେ l ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଭଗବାନ ଶ୍ରୀ ହରି ଆପଣଙ୍କୁ ସବୁ ବିପଦ ରୁ ଦୁରେଇ ରଖିବେ l

Leave A Reply