Odisha news

ପାରାଦୀପ ମଙ୍ଗଳା ପିଠ ରେ ଝାମୁ ଯାତ୍ରା

0
ପାରାଦୀପ୍ – ପାରାଦୀପ୍ ମଙ୍ଗଳା ପିଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଝାମୁ ଯାତ୍ରା | ମା ଙ୍କ ପୂଜାର୍ଚ୍ଚନା ରୀତିନୀତି ଆଜି ସକାଳୁ ଅନୁଷ୍ଠିତ ହୋଇଥିଲା ବେଳେ ଅଷ୍ଟମପ୍ରହର ନାମଯଜ୍ଞ ନାମ ସଙ୍କୀର୍ତ୍ତନ ଚାଲୁ ରହିଚି  | ଆଜି ମା ଙ୍କ ଶେଷ ମଙ୍ଗଳବାର ଉପଲକ୍ଷେ ସାରଳା ପିଠ ପ୍ରସିଦ୍ଧ ଘଣ୍ଟୁଆ ମାନେ ଆସି ଘଣ୍ଟଘଣ୍ଟା ତାଳେ ତାଳେ ମା ଙ୍କ ବିଭିନ୍ନ ଅବତାର ଦେଖାଇଥିଲେ  | ଏହାପରେ ମା ଙ୍କ ପିଠରେ ଅଗ୍ନି ରେ ପାଟୁଆ ଚାଲି ମା ଙ୍କ ମହିମା ଦେଖାଇଥିଲେ |ନାମ ସଙ୍କୀର୍ତ୍ତନ କରାଯାଇ ପିଠ ଟି ଏକ ଆଧ୍ଯାତ୍ମିକ ବାତାବରଣ ରେ ଉତ୍ସବମୁଖର ହୋଇ ଉଠିଛି  | ମା ମଙ୍ଗଳା ସେବା ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟୀ ଶ୍ରୀଯୁକ୍ତ ନକୁଳ ଚନ୍ଦ୍ର ବିଶ୍ଵାଳ ଓ ଟ୍ରଷ୍ଟୀ ତଥା ଆବାହକ ସଂଜୟ ସେନାପତି ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଅନେକ ଶ୍ରଦ୍ଧାଳୁ ଏଥିରେ ଅଂଶ ଗ୍ରହଣ କରିଥିଲେ  |
Leave A Reply