Odisha news

ବେଆଇନ ଇ-ଟିକେଟିଂ ଅଭିଯୋଗରେ ୨ ଜଣଙ୍କୁ ଉଠାଇନେଲା ଆରପିଏଫ

0

ବୁଗୁଡ଼ା, ୩୦/୦୩ /୨୨ : ବେଆଇନ ଭାବେ ଇ-ଟିକେଟିଂ ଅଭିଯୋଗରେ  ଦୁଇ ଜଣଙ୍କୁ ଆଜି ରେଲୱେ ପ୍ରୋଟେକ୍ସନ ଫୋର୍ସ ଉଠାଇ ନେଇଥିବା ଜଣାଯାଇଛି । ସେ ଦୁଇ ଜଣ ହେଲେ ବୁଗୁଡ଼ା ଏନଏସି ଅନ୍ତର୍ଗତ ବଡଦାଣ୍ଡ ସାହିର ସନ୍ତୋଷ ପାତ୍ର ଓ କାଦପଡାର ରାଜେଶ ରାଓ ଦୋରା  ।ଏମାନେ ଦୀର୍ଘଦିନ ହେଲା ବେଆଇନ ଭାବେ ଇ-ଟିକେଟିଂ କରିଆସୁଥିଲେ । କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରିୟ ସାଇବର ଟିମ୍ ଏବଂ ବ୍ରହ୍ମପୁର ଆରପିଏଫ ସ୍ଥାନୀୟ ପୋଲିସର ସହଯୋଗରେ ବୁଗୁଡ଼ା ମୁଖ୍ୟ ସଡ଼ଡସ୍ଥିତ ସନ୍ତୋଷଙ୍କ ଓମ୍ ଫେନସି ପାଦୁକାଳୟ ଉପରେ ଚଢ଼ାଉ କରି ଇ-ଟିକେଟିଂ ପାଇଁ ବ୍ଯବହୃତ କମ୍ପୁଟରକୁ ଯାଞ୍ଚ କରି ପ୍ରମାଣ ପାଇବା ପରେ ସେମାନଙ୍କୁ ଧରି ନେଇଥିବା ଆରପିଏଫ ଇନିସପେକ୍ଟର ଦିଲ୍ଲୀପ କୁମାର ସୂଚନା ଦେଇଛନ୍ତି ।

Leave A Reply