ଭଞ୍ଜନଗର- – ଭଞ୍ଜନଗର ନିକଟ ବେଲଗୁଣ୍ଠI ରାସ୍ତାର , କଳିଙ୍ଗନଗର ରେ ରହୁଥିବା ବିଡିପୁରୁ ତେନ୍ତୁଳିଆ ଦେବସ୍ଥାନ ମହାବିଦ୍ୟାଳୟ ଡେମୋନଷ୍ଟେଟର ଅଧ୍ୟାପକ ଗୌରୀଶଙ୍କର ପାଣିଗ୍ରାହୀଙ୍କ ହୃଦଘାତରେ ପରଲୋକ ଘଟିଛି। ସେ ଜଣେ ଧର୍ମପରାୟଣ ,ପର ଉପକାରୀ ବ୍ୟକ୍ତି ଥିଲେ । ଭଞ୍ଜନଗର ସହରରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଭାବେ ବେଶ ପରିଚିତ । ସୂର୍ଗତ ପାଣିଗ୍ରାହୀ ତେନ୍ତୁଳିଆ ଦେବସ୍ଥାନ ମହାବିଦ୍ୟାଳୟରେ ଡେମୋନଷ୍ଟଟର ଭାବେ କାର୍ଯ୍ୟରତ ଥିଲେ । ସେ କିଛି ଦିନ ପରେ ଅବସର ଗ୍ରହଣ କରିଥାନ୍ତେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ,ପୁଅ, ଝିଅ , ବନ୍ଧୁବର୍ଗ, ସାଙ୍ଗସାଥୀ ଙ୍କ ସମେତ , ଅଧ୍ୟାପକ ଅଧ୍ୟାପିକା ଭପସ୍ଥିତ ରହି ସ୍ବର୍ଗତ ଗୌରିଶଙ୍କର ଙ୍କ ମରଶରୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସାହିର ରାଜେନ୍ଦ୍ରପଣ୍ଡା,ମାଗୁଣି ମିଶ୍ର,ଗୋପାଳ ଚନ୍ଦ୍ର ଦାସ,ସୁରେନ୍ଦ୍ର ପଣ୍ଡା,ଅଶୋକ ପଲେଇ,କାଳି ଚରଣ ସ୍ବାଇଁ ସମେତ ଅନେକ ବ୍ୟକ୍ତି ଜାମପଲ୍ଲୀ ଶୁଶାନ ଘାଟିରେ ଶେଷ ଦର୍ଶନ କରିଥିବା ସହ ତିଙ୍କରଶେଷକୃତ୍ୟ କରାଯାଇଥିଲା । ସ୍ବର୍ଗତ ଗୌରୀଶଙ୍କରଙ୍କ ମୃତ୍ୟୁ ଖବର ପଚାରିତ ହେବା ପରେ ଭଞ୍ଜନଗର ଓ ବିଡିପୁରୁ ଅଞ୍ଚଳରେ ଶୋକର ଛାୟା ଖୋଳି ଯାଇଥିଲା । ସ୍ବର୍ଗତ ଗୌରୀଶଙ୍କରଙ୍କ ମୃତ୍ୟୁ କୁ ନେଇ ତେନ୍ତୁଳିଆ ଦେବସ୍ଥାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକଅଧ୍ୟାପିକା ଓ କର୍ମଛାରୀ ସୋମବାର ଦିନ ଶୋକଦିବସ ପାଳନ କରିବେ ବୋଲି ଜଣାପଡିଛି ।