Odisha news

ୟୁରୋ ସ୍କୁଲ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଉଦଯାପିତ

0

ଛତ୍ରପୁର 13/3 : ଛତ୍ରପୁର ସ୍ଥିତ ୟୁରୋ ସ୍କୁଲ ପକ୍ଷରୁ ଏକ ଭିନ୍ନ ଢଙ୍ଗରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ନିମନ୍ତେ  ସ୍କୁଲ ପରିସରରେ ଚାଲିଥିବା ଦୁଇ ଦିନିଆ ତାଲିମ ଶିବିର ରବିବାର ଉଦଯାପିତ ହୋଇଯାଇଛି l    ଏଥିରେ ଗିନିଜ ବୁକ୍ ଅଫ୍ ରେକର୍ଡରେ ଭାଗ ନେଇଥିବା ହାଇଦ୍ରାବାଦର ସ୍କାର୍ଡନ ଲିଡର ଜୟସୀମା ଯୋଗ ଦେଇ ପିଲାମାନଙ୍କ ପାଇଁ ଅଭିଭାବକ ମାନଙ୍କ କଣ କର୍ତ୍ତବ୍ୟ ରହିଛି ଓ ସେମାନଙ୍କ ପାଇଁ କି ପ୍ରକାର ଅନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ ସେ ନେଇ ଅଭିଭାବକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।  ଏହି କାର୍ଯ୍ୟକ୍ରମରେ ୟୁରୋ ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ ଓ ସହରର ବହୁ ଜନସାଧାରଣ ମାନେ ଭାଗ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର, ପ୍ରିନ୍ସପାଲ ପ୍ରମୋଦ କୁମାର ମିଶ୍ର, ପରିଚାଳନା ନିର୍ଦ୍ଦେଶକ ପି. ଅନୀଲ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ ମହାପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ସହଯୋଗ କରିଥିଲେ ।

Leave A Reply