Odisha news

ଦାଦା ବଟି ଆଦାୟ ଅଭିଯୋଗରେ ଯୁବକ ଗିରଫ

0
ପୁରୀ: ସ୍ଥାନୀୟ ବଲଗଣ୍ଡି ଛକ ନିକଟରେ ଦୋକାନ କରି ଥିବା ବ୍ୟବସାୟୀ ମାନଙ୍କୁ ଭୟଭୀତ କରି ଦାଦା ବଟି ଆଦାୟ ଅଭିଯୋଗରେ କୁମ୍ଭାର ପଡ଼ା ଥାନା ପୋଲିସ ଆଜି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ନିକଟରୁ ପୋଲିସ ନଗଦ ୨ଶହ ଟଙ୍କା ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣେ ପେଶାଦାର ଅପରାଧି। ତାର ପରିଚୟ ହେଲା ଏହି ଥାନା ଅନ୍ତର୍ଗତ ନରେନ୍ଦ୍ର କୋଣ ହରିଜନ ସାହିର ଚିକୁ ନାୟକ(୨୨)। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ କାଲି ସନ୍ଧ୍ୟା ବେଳେ ଥାନା ପକ୍ଷରୁ ଏଏସଆଇ ଅଜିତ କୁମାର ବିଶ୍ବାଳ ଅନ୍ୟ ପୋଲିସ ଅଧିକାରୀମାନେ ପେଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଥିଲା ବଳଗଣ୍ଡି ଛକ ନିକଟରେ ଅଭିଯୁକ୍ତ ଚିକୁ ବ୍ୟବସାୟୀମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଦାଦା
ବଟି ଆଦାୟ କରୁଛି। ଉକ୍ତ ତଥ୍ୟ ଆଧାରରେ ପୋଲିସ ସେଠାରେ ଅଚାନକ ଭାବେ ଚଢ଼ାଉ କରି ଥିଲା। ପୋଲିସକୁ ଦେଖି ଅଭିଯୁକ୍ତ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରିବା ସହ ଧମକ ଦେଇ ଥିଲା। ତେବେ ପୋଲିସ କୌଶଳ କରି ଅଭିଯୁକ୍ତକୁ ସେଠାରେ କାବୁ କରି ଥାନାକୁ ଆଣି ଥିଲା। ଏଏସ୍ ଆ ଇ ଅଜିତ୍ ଙ୍କ ଅଭିଯୋଗ କ୍ରମେ ପୋଲିସ କୁମ୍ଭାରପଡ଼ା ଥାନା କେଶ ନମ୍ବର ୬୨/୨୨ ଅନୁଯାୟୀ ଆଇପିସିର ବିଭିନ୍ନ ଦଫାରେ ଏକ ମୋକଦ୍ଦମା ରୁଜ୍ଜୁ କରିଛି। ଅଭିଯୁକ୍ତ ଜଣେ ପେଶାଦାର ଅପରାଧୀ। ପୂର୍ବରୁ ଅଭିଯୁକ୍ତ ନାମରେ  କୁମ୍ଭାରପଡ଼ା ଥାନା ରେ ହତ୍ୟା ଉଦ୍ୟମ, ଦାଦା ବାଟି ଆଦାୟ, ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରିବା ଭଳି ୯ ଗୋଟି ସଙ୍ଗୀନ ଅପରାଧିକ ମାମଲା ରହିଥିବା କୁମ୍ଭାର ପଡ଼ା ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀ କହିଛନ୍ତି।
Nalco
Leave A Reply