Odisha news

ଯଦି ଶରୀରରେ ଦେଖା ଯାଉଛି ଏହିସବୁ ଲକ୍ଷଣ ତେବେ ତୁରନ୍ତ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ, ହୋଇପାରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା

0

ଯେ କୌଣସି ରୋଗ ଆରମ୍ଭ ହେବାର ପ୍ରାରମ୍ଭିକ ଲକ୍ଷଣ କିଛି ନା କିଛି ଦେଖିବାକୁ ମିଳିଥାଏ । ଏହି ସଂକେତ ଏତେ ସାଧାରଣ ହୋଇଥାଏ ଯେ ଯାହା ସାଧାରଣ ହୋଇ ନଥାଏ । ଯେମିତିକି ଚିଡ୍ ଚିଡ ଲାଗିବା,ଥକା ଲାଗିବା ଇତ୍ୟାଦି । ଅଧିକାଂଶ ସମୟ ଲୋକମାନେ ଏହାକୁ ସାଧାରଣ ଭାବି ନେଇ ଥାଆନ୍ତି । କିନ୍ତୁ ଏହାକୁ ଏପରି ଭାବିବା ଉଚିତ ନୁହେଁ ।

* ସାମାନ୍ୟ ଜ୍ଵର – ଯଦି ଆପଣ ନିୟମିତ ୯୯-୧୦୦ ଡିଗ୍ରୀ ସେଣ୍ଟିଗ୍ରେଡ ରହୁଛି ତେବେ ଏହା ଶରୀରରେ ସଂକ୍ରମଣ ର କାରଣ ଅଟେ । ଯଦି ଏହା ସହିତ ଗଣ୍ଠି ଯନ୍ତ୍ରଣା ଦେଖିବାକୁ ମିଳିଥାଏ ତେବେ ତୁରନ୍ତ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ ।
* ଗଣ୍ଠି ରେ ଯନ୍ତ୍ରଣା – ଲଗାତାର ଭାବରେ ଗଣ୍ଠି ରେ ଯଦି ଯନ୍ତ୍ରଣା ଦେଖିବାକୁ ଏହା ଅଟୋ ଈମ୍ୟୁନ ଡିଯିଜ୍ ର ସଂକେତ ଅଟେ । ଏହା ଜଣା ପଡ଼ିବା ମାତ୍ରକେ ତୁରନ୍ତ ଚିକିତ୍ସା ଆରମ୍ଭ କରନ୍ତୁ ।
* ଓଜନ କମିବା – ଓଜନ ହ୍ରାସ କରିବା ଦ୍ୱାରା ସମସ୍ତେ ଖୁସି ଅନୁଭବ କରି ଥାଆନ୍ତି । କିନ୍ତୁ ଲଗାତାର ଭାବରେ ଓଜନ ହ୍ରାସ ଠିକ୍ ଲକ୍ଷଣ ନୁହେଁ । ଯଦି ଏହା ବିନା ଚେଷ୍ଟା ରେ ହ୍ରାସ କରୁଛ ତେବେ ଠିକ୍ ନୁହେଁ ।
* ଚିଡ଼ ଚିଡ଼ା ଲାଗିବା – ଆମେ ଚିଡି ଲାଗିବାକୁ ମାନସିକ ଚାପ ବା ଉତେଜନା ସହିତ ଯୋଡି ଥାଉ । ଯଦି ଏହା ଆବଶ୍ୟକତା ଠାରୁ ଅଧିକ ଦେଖା ଦେଉଛି, ତେବେ ଏହା ମାନସିକ ଅସୁସ୍ଥ ର କାରଣ ଅଟେ ।
* ଥକା ଲାଗିବା – ଯଦି ଆପଣ ଉଚିତ୍ ମାତ୍ରାରେ ଖାଇବା ଓ ବିଶ୍ରାମ ନେବା ସତ୍ତ୍ୱେ ମଧ୍ୟ ଥକା ଲାଗୁଚି ତେବେ ଏହା କ୍ରୋନିକ୍ ଫଟିଗ୍ ସିଣ୍ଡ୍ରୋମ ର କାରଣ ହୋଇଥାଏ ।
* ମୁଣ୍ଡ ବିନ୍ଧା – ମୁଣ୍ଡ ବିନ୍ଧା ଗୋଟିଏ ସାମାନ୍ୟ ସମସ୍ୟା । କିନ୍ତୁ ଯଦି ଏହି ସମସ୍ୟା ସକାଳେ ଓ ସନ୍ଧ୍ୟା ରେ ବିଶେଷ ଭାବରେ ଦେଖା ଯାଉଚି ତେବେ ଏହା ଠିକ୍ ନୁହେଁ ।
* କାଶ – ଭାଇରଲ ଓ ବ୍ୟାକ୍ଟେରିଆ ଇନ୍ଫେକ୍ସନ୍
ରେ କାଶ ରହିଥାଏ ଓ କମି ନଥାଏ ତେବେ ଏହା ଠିକ୍ ନୁହେଁ । ଏହାଦ୍ବାରା ଫୁସଫୁସ୍ ସଂକ୍ରମଣ ହେବାର ଆଶଙ୍କା ରହିଥାଏ।
Leave A Reply