Odisha news

ଜଗତସିଂହପୁର ଜିଲ୍ଲାରେ ଜିଲ୍ଲା ପରିଷଦ ଆସନରେ ୮ରେ ବିଜୟୀ ଓ ୮ ଆଗୁଆ

0
ଜଗତସିଂହପୁର୨୭/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ।ଜିଲ୍ଲାର ୮ଟି ବ୍ଲକର ୨୬ ଜିଲ୍ଲା ପରିଷଦ ଜୋନର ପ୍ରତି ବ୍ଲକର ଜୋନ-୧ ପାଇଁ ଆଜି ଗଣତି କରାଯାଇଛି ।ଜିଲାର ୮ଟି ବ୍ଲକ ରେ ମୋଟ ୨୬ଟି ଜିଲା ପରିଷଦ ଜୋନର ୧୯୮ ଟି ପଂଚାୟତ ଓ ୩୩୬୪ ଟି  ୱାର୍ଡର ମୋଟ ୭୧୨୨ ଜଣ  ଜିଲା ପରିଷଦ,ସରପଞ୍ଚ,
ସମିତି ସଭ୍ୟ  ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେଉଛି ।ଆଜି ଦ୍ଵିତୀୟ ଦିନରେ ଜିଲ୍ଲାର ୮ଟି ବ୍ଲକର ଜୋନ-୨ ପାଇଁ ଗଣତି କରାଯାଉଛି ।ଜିଲ୍ଲାର ୨୬ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୮ଟି ବ୍ଲକର ୮ ଜିଲ୍ଲା ପରିଷଦ ,୬୩ପଂଚାୟତ ଓ ୧୦୭୨ଟି ୱାର୍ଡର ଭୋଟ ଗଣତି କରାଯାଇଛି ।ବିଜେଡି ପୁଣି ଜୋନ-୨ ର ୮ ଟି ଜିଲ୍ଲା ପରିଷଦ ଆସନରେ ବାଜିମାତ କରିବା ସ୍ପଷ୍ଟ ହୋଇଛି ।ଆଜି ଦ୍ଵିତୀୟ ପର୍ଯ୍ୟାୟରେ ନାଉଗାଁ ବ୍ଲକ  ୨ନମ୍ବର ଜୋନରୁ ବିଜେଡି ଜିଲ୍ଲା ପରିଷଦ ପ୍ରାଥିନି ମମତା ପରିଡା କଂଗ୍ରେସ ପ୍ରାର୍ଥୀନୀ ଗୀତାଞ୍ଜଳି ବେହେରାଙ୍କ ଠାରୁ ୪୫୩୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।ସେହିପରି ଏରସମା ବ୍ଲକ ୨ ନମ୍ବର ଯୋନ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ରାନୀ ଟୁଡୁ ନିକଟ ତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସରସ୍ୱତୀ ସୋରେନଙ୍କ ଠାରୁ ୫୯୧୩ ଖଣ୍ଡ ଭୋଟ ଵ୍ୟଵଧାନରେ ବିଜୟୀ ହୋଇଛନ୍ତି ।ଜଗତସିଂହପୁର ବ୍ଲକ ଜୋନ-୨ ବିଜେଡିର କନକ ସ୍ବାଇଁ ଆଗୁଆ ବହୁ ଭୋଟରେ  ଆଗୁଆ ରହିଥିବା ବେଳେ
ବିରିଡି ବ୍ଲକ ଜୋନ-୨ ବିଜେଡିର ଚନ୍ଦ୍ର ଶେଖର ଦାସ ଆଗୁଆ,ରଘୁନାଥପୁର ବ୍ଲକ ଜୋନ-୨ ବିଜେଡିି ପ୍ରାର୍ଥୀନୀ ଇତିଶ୍ରୀ ମଲ୍ଲିକ ଆଗୁଆ,
ତିର୍ତ୍ତୋଲ ବ୍ଳକ ଜୋନ-୨ ବିଜେଡ଼ି ପ୍ରାର୍ଥୀନୀ ସୁଜାତା ମହାନ୍ତି ଆଗୁଆ,ବାଲିକୁଦା ବ୍ଳକ ଜୋନ-୨ ବିଜେଡି ପ୍ରାର୍ଥୀ ଜଟାଧାରୀ ଦାସ,କୁଜଙ୍ଗ ବ୍ଳକ ଜୋନ-୨ ବିଜେଡି ପ୍ରାର୍ଥୀ ରବିନାରାୟଣ ସାହୁ ଆଗୁଆ ରହିଥିବା ସୂଚନା ରହିଛି ।
ଜିଲ୍ଲା ପରିଷଦ ଜୋନ-୧ରୁ
ନାଉଗାଁ ଜୋନ-୧ ବିଜେଡି ପ୍ରାର୍ଥୀ ଅମିତା ସ୍ବାଇଁ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଅଲିଭା ସ୍ବାଇଁଙ୍କ ଠାରୁ ୮୬୧୬ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ।ଏରସମା-ଜୋନ-୧ ରୁ ବିଜେଡି ପ୍ରାର୍ଥୀ ପ୍ରଣବ ସ୍ବାଇଁ ନିକଟତମ କଂଗ୍ରେସ ପ୍ରାର୍ଥୀ ଧ୍ୱଜରାଜ ଖଣ୍ଡୁଆଳଙ୍କ ଠାରୁ ୧୯୯୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।ରଘୁନାଥପୁର ଜୋନ-୧ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନାରାଣୀ ମଲ୍ଲିକ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସୁଚିତ୍ରା ଭୋଇଙ୍କ ଠାରୁ   ୯୯୫୫ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି  ।
ବାଲିକୁଦା ଜୋନ-୧ ବିଜେଡି ପ୍ରାର୍ଥୀ ଡଲି ପଣ୍ଡା ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ସ୍ୱର୍ଣ୍ଣପ୍ରଭା ଭୋଳଙ୍କ ଠାରୁ ୫୩୬୦ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ।
ବିରିଡି ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରୁ ବିଜେଡ଼ି ପ୍ରାର୍ଥୀ ଦୀପ୍ତିମୟୀ ରାୟ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଗୀତାଞ୍ଜଳି ସାହୁଙ୍କ ଠାରୁ ୯୩୯୨ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ।
ତିର୍ତ୍ତୋଲ ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରୁ ବିଜେଡ଼ି ପ୍ରାର୍ଥୀ ରଞ୍ଜିତା ସିଂ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଶର୍ମିଷ୍ଠା ଦାସଙ୍କ ଠାରୁ ୪୯୫୯ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ।
କୁଜଙ୍ଗ ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରୁ ବିଜେଡି ପ୍ରାର୍ଥୀ ପ୍ରମୋଦ ଚରଣ ସ୍ବାଇଁ  ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଦୀପ୍ତିମୟୀ ବସ୍ତିଆଙ୍କ ଠାରୁ ୩୦୦୦ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ।ଜଗତସିଂହପୁର ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରୁ ବିଜେଡ଼ି ପ୍ରାର୍ଥୀ ଚିତ୍ତ ରଞ୍ଜନ ରାଉଳ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ବିଭୁତି ଭୂଷଣ ସାହୁଙ୍କ ଠାରୁ ୧୦୦୦୨ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାଯାଇଛି ।
Leave A Reply