Odisha news

ଚୋରକୁ ଧରିଲା ପୋଲିସ

0

ଭୁବନେଶ୍ୱର,(ନି.ପ୍ର): ମୋବାଇଲ୍ ଛଡାଇ ନେଇ ଫେରାର ହୋଇଯାଉଥିବା ଅଭିଯୁକ୍ତକୁ ପିସିଆର କର୍ମଚାରୀ ଗୋଡାଇ ଗୋଡାଇ ଧରିଥିଲେ । ଏ ନେଇ ମାମଲା ରୁଜୁ କରି ନୟାପଲ୍ଲୀ ଥାନା ପୋଲିସ ଅଭିଯୁକ୍ତକୁ ସୋମବାର ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିବା ସହ ଚୋରୀ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖେଳାର ପ୍ରଦୀପ କୁମାର ପ୍ରଧାନ(୨୭) । ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ପୋଲିସ ସୂଚନାନୁସାରେ, ଗତ ୯ତାରିଖ ସକାଳ ପ୍ରାୟ ସାଢେ ୬ଟା ସମୟରେ ଅଭିଯୋଗକାରୀ ସମ୍ ହସ୍ପିଟାଲରୁ ନିଜ ଘରକୁ ଫେରୁଥିବାବେଳେ ସିଆରପିଏଫ୍ ଫାଟକ ନିକଟରେ ଅିଯୁକ୍ତ ପ୍ରଦୀପ ସ୍କୁଟଇରେ ଆସି ଅଭିଯୋଗକାରୀଙ୍କ ମୋବାଇଲ୍ ଓ ପର୍ସକୁ ଛଡାଇ ନେଇଥିଲେ । ମାତ୍ର ଘଟଣାସ୍ଥଳ ପାଖରେ ଉପସ୍ଥିତଥିବା ପିସିଆର ଭ୍ୟାନ୍ କର୍ମଚାରୀମାନେ ଅଭିଯୁକ୍ତର ପିଛା କରି ତାକୁ କାବୁ କରିବାରେ ସଫଳ ହୋଇଥିଲେ । ପରେ ତାକୁ ନୟାପଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଅଭିଯୋଗକାରୀଙ୍କ ଅଭିଯୋକ୍ରମେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରିବା ସହ ତା’ ନିକଟରୁ ଚୋରୀ ପର୍ସ, ମୋବାଇଲ୍ ଏବଂ ବ୍ୟବହୃତ ଗାଡିକୁ ଜବତ କରିଛି ।

Ad2
Leave A Reply