Odisha news

କେପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ : ଘୋରଡିଆ ଦଳ ବିଜୟୀ

0

ବୋଲଗଡ଼ : ବୋଲଗଡ ବ୍ଲକ ଅନ୍ତର୍ଗତ କଳାଙ୍ଗ ଗ୍ରାମର ଗୋଛାବାରି ଖେଳ ପଡିଆ ଠାରେ ଆୟୋଜିତ ୧୮ ତମ କେପିଏଲ କ୍ରିକେଟ୍ ଟ୍ରୁନାମେଣ୍ଟରେ  ବିଭିନ୍ନ ଜିଲ୍ଲାର ୧୬ ଟି କ୍ରିକେଟ୍ ଟିମ୍ ଅଂଶ ଗ୍ରହଣ କରିଥିଲେ ।ଆଜିର ଫାଇନାଲ ଖେଳରେ ଘୋରଡ଼ିଆ କ୍ରିକେଟ ଦଳ ଓ ପାଟପୁର କ୍ରିକେଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଘୋରଡ଼ିଆ ଦଳ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି  ନେଇଥିଲା ।  ନିର୍ଦ୍ଧାରିତ ୨୦ ଓଭରରେ ଘୋରାଡିଆ ଦଳ  ସମସ୍ତ  ଉଇକେଟ ହରାଇ  ୧୨୪ ରନ ସଂଗ୍ରହ କରି ବିଜୟୀ ହୋଇଥିଲା ।  ଜବାବରେ ପାଟପୁର  ଦଳ ୨୦ ଓଭର ଓ ୪ ଉଇକେଟ  ବିନିମୟରେ  ୧୦୭ ରନ ସଂଗ୍ରହ କରିଥିଲା।ଆଜିର ଉଦ୍ ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ସମ୍ମାନୀତ ଅତିଥି ଯୁବ ସମାଜସେବୀ ତଥା ବିଜେଡି ନେତା ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ ପ୍ରଧାନ, ବିଜୟ କୁମାର ପ୍ରଧାନ, କିଶୋର ହୋତା,  ଚିତ୍ତରଞ୍ଜନ ସାହୁ,ଅରବିନ୍ଦ ମହାନ୍ତି,ରାଧାନାଥ ସାହୁ,ରଶ୍ମିରଂଜନ ପ୍ରଧାନ , ଦିଲ୍ଲୀପ କୁମାର ମହାପାତ୍ର ଓ ରତିକାନ୍ତ ରାଉତରାୟ  ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମ୍ୟ ସଭାପତି ପ୍ରଶାନ୍ତ କୁମାର ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ଚିନ୍ମୟ ହୋତା ବିବରଣୀ ପାଠ କରିଥିଲେ।    ଆଜିର ଖେଳକୁ ଅମ୍ପେୟାର ଭାବେ ସର୍ବେଶ୍ଵର ସାହୁ ଓ ଶରତ ଚୌଧୁରୀ ମ୍ୟାଚ ପରିଚାଳନା କରିଥିବା ବେଳେ ଅତୁଲ୍ୟ ନିଶଙ୍କ ,ପ୍ରଭାତ ସ୍ଵାଇଁ,ଚିତ୍ତରଞ୍ଜନ ବିଶ୍ଵାଳ,,ସୁଡୁ, ମନ୍ଟୁ ,ସୋନୁ,ଶୁଭ, ଅପୋଲ, କୁନୁ  ପ୍ରମୁଖ ସହଯୋଗ କରିଥିଲେ।ଆଜିର ଖେଳକୁ ବହୁ ଖେଳ ପ୍ରେମୀ ଉପଭୋଗ କରିଥିଲେ।ଆଜିର ଉଦ୍ ଜାପାନୀ ଦିବସରେ ଅତିଥିଙ୍କ ଦ୍ଵାରା ବିଜୟୀ ଘୋରଡିଆ ଦଳକୁ ୮ହଜାର  ନଗଦ ଅର୍ଥ ରାଶି ସହିତ ଟ୍ରଫି ଓ ରାନର୍ଶ  ଅଫ ଦଳକୁ ୫ ହଜାର ନଗଦ ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ପରିଶେଷରେ ସୋମନାଥ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Ad2
Leave A Reply