Odisha news

ତାଳଚେର ନିର୍ବାଚନ ମଣ୍ଡଳୀ ବିଜେପିର ବିସ୍ତାରକ ପ୍ରଶିକ୍ଷଣ ଶିବିର

0

ତାଳଚେର:ତା ୦୯/୦୧: ତାଳଚେର ବିଜେପି ର ବିସ୍ତାରକ ମାନଙ୍କର ପ୍ରଶିକ୍ଷଣ ଶିବିର ଭରତପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ , ଯୋଗ ଦେଇ ରାଜ୍ୟରେ ଦୈନିକ ୪ ଧର୍ଷଣ ୬ ଅପହରଣ ଏବଂ ୫ ବର୍ଷରେ ୨୭୦୦୦ ଶିଶୁ ନିଖୋଜ ହୋଇଥିଲା ବେଳେ, ଚାଷୀ ମାନଙ୍କ ର ମଣ୍ଡିରେ ସମସ୍ୟା ରହିଛି, ସରକାର ଚାଷୀ ଙ୍କ ଧାନ ନକିଣି ଦଲାଲ ମାଧ୍ୟମରେ କିଣୁଛନ୍ତି ଏବଂ ଚାଷୀ ମାନେ ଉପଯୁକ୍ତ ଏମ୍ ଏସ ପି ମୂଲ୍ୟ ପାଉନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଅବିସି ମାନଙ୍କୁ ସଂରକ୍ଷଣ ଦେବାରେ ରାଜ୍ୟ ସରକାର ଅବହେଳା କରୁଛନ୍ତି । ଆଜି ଓଡ଼ିଶାରେ ମହିଳା, ଶିଶୁ, ଚାଷୀ,ଶିକ୍ଷିତ ଯୁବକ ବିପଦ ରେ ଅଛନ୍ତି ବୋଲି ସେମାନେ କହିଥିଲେ ।ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ପ୍ରାକ୍ତନ ଢେଙ୍କାନାଳ ନଗରପାଳ ତଥା ବିଜେପି ଢେଙ୍କାନାଳ ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ ଶର୍ମା ଯୋଗ ଦେଇ ସଂଗଠନ ଉପରେ ବିସ୍ତୃତ ଟିପ୍ପଣୀ ପ୍ରଦାନ କରିଥିଲେ । ସଂଗଠନ କୁ ସୁଦୃଢ କରିବା ଉପରେ ଆଲୋଚନା ହୋଇଥିଲା । ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଧନ୍ୟବାଦ ଦେଇଥିଲେ । ପର୍ଶୁରାମ୍ ବାରିକ, ପ୍ରଶାନ୍ତ ନନ୍ଦ, କାଳନ୍ଦୀ ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ, ପୁଲିନ ବିହାରୀ ନାୟକ, ନରେନ୍ଦ୍ର ସାହୁ, ବରୁଣ ସାହୁ, ରାଜେନ୍ଦ୍ର ସିଂହ, ନରେଶ ବେହେରା, ଦେବେନ୍ଦ୍ର ବାରିକ, ଅଶୋକ ସିଂହ, ସନତ ସାହୁ, ଗୋପାଳ ସାହୁ, ସୁବ୍ରତ ସାହୁ, ସହଦ୍ୱେ ସାହୁ, କୃଷ୍ଣଚନ୍ଦ୍ର ଦାସ, ଖଇରା ପ୍ରଧାନଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇ ପ୍ରଶିକ୍ଷିତ ହୋଇଥିଲେ ।

Ad2
Leave A Reply