ବାରିପଦା : ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜରେ ହାତୀଙ୍କ ଉପଦ୍ରବ ଜାରି ରହିଥିବାବେଳେ ହାତୀ ଆତଙ୍କରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ରେଞ୍ଜର ଜନସାଧାରଣ । ଇତି ମଧ୍ୟରେ ଆଜି ଗୋଟିଏ ଦନ୍ତାହାତୀ ରାସ୍ତାରେ ଯାଉଥିବା ଯାତ୍ରୀବାହୀ ବସକୁ ପେଲି ନେଇଯାଇଥିଲେ । ଯାହାକୁ ନେଇ ବସରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିବାବେଳେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଦନ୍ତାହାତୀ ଯାତ୍ରୀ ଯାତ୍ରୀ ନେଇଯାଉଥିବା ଏକ ଯାତ୍ରୀବାହୀ ବସକୁ ଠେଲି ନେଇ ଯାଉଥିବା ରାସଗୋବିନ୍ଦପୁର ରେଞ୍ଜ ଟିକପଦା ନିକଟରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଓଲମରାରୁ ତାରିଣୀ ନାମକ ଏକ ଯାତ୍ରୀବାହୀ ବସ ଯାତ୍ରୀମାନଙ୍କୁ ନେଇ ରାସଗୋବିନ୍ଦପୁର ରାସ୍ତା ଦେଇ ଆସୁଥିବାବେଳେ ଏଭଳି ଘଟଣା ଘଟିଛି । ବସଟିକୁ ଦନ୍ତାହାତୀ ପଛପଟୁ ବେଶ କିଛି ଦୂର ପେଲି ନେଇଥିବା ଦେଖିବାକୁ ମିଳିଛି । ତେବେ ବସର କିଛି କାଚ ଭାଙ୍ଗିଥିବାବେଳେ ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । ଅନ୍ୟପଟେ ହାତୀଙ୍କ ଉପଦ୍ରବକୁ ନେଇ ଲୋକେ ଆତଙ୍କିତ ଥରବା ବେଳେ ବନବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ନଜର ଦୃଷ୍ଟି ରଖାଯାଇଛି ।
