Odisha news

ଚୋରାରେ କାଠ ଚାଲାଣ ଉଦ୍ଯମ ପଣ୍ଡ , ଗାଡି ସହ ଶାଗୁଆନ ଗଣ୍ଡି ଜବତ

0

ବୁଗୁଡ଼ା : ତା ୦୮/୦୧/୨୨ : ବୁଗୁଡ଼ା ବନ ବିଭାଗ ପକ୍ଷରୁ ଗତକାଲି ରାତିରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ସହ କାଠ ବୋଝେଇ ପିକଅପ ଗାଡିକୁ ଜବତ କରାଯାଇଛି l ଏନେଇ କେସ୍ ନଂ ୪୧/୨୧-୨୨ରେ ଏକ ମାମଲା ରୁଜୁ ହେଇଛି । ପ୍ରକାଶ ଯେ , ଗତ କାଲି ରାତି ପ୍ରାୟ ସାଢେ ନଅଟା ବେଳେ ଏକ ପିକ୍ଅପ୍ ଗାଡ଼ି(ନଂ-ଓଆର ୦୭ଜେ ୨୬୪୪)ରେ ଚାଳିଶି ସିଫ୍ଟରୁ ଉର୍ଦ୍ଧ ପରିମାଣର ମୂଲ୍ୟବାନ ଶାଗୁଆନ କାଠ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ଖବର ପାଇ ବନପାଳ ଅଭିରାମ ଖିଲଙ୍କ ନେତୃତ୍ୱରେ ବନରକ୍ଷୀ ସୁବ୍ରତ ତ୍ରିପାଠୀ , ପ୍ରଦୀପ କୁମାର ପରିଛା,ପାରା କର୍ମଚାରୀ ରଶ୍ମିରଂଜନ ପ୍ରଧାନ, ଅନନ୍ତ ନାରାୟଣ ସାହୁ, ବାବୁ ସ୍ୱାଇଁ ପ୍ରମୁଖ ବୁଗୁଡ଼ା ନିକଟସ୍ଥ ଆଦିପୁର ଗ୍ରାମର ଶ୍ମଶାନ ନିକଟରେ ଚଡ଼ଉ କରି ବେଆଇନ କାଠ ବୋଝେଇ ଗାଡି ସହ ସେଥିରେ ଥିବା ଦଶଟି ଶାଗୁଆନ ଗଣ୍ଡି ଜବତ କରିଥିଲେ  । ତେବେ ଘଟଣା ସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇଥିବା ନେଇ ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ସୂଚନା ଦେଇଛନ୍ତି l

Govt
Leave A Reply