Odisha news

ପ୍ରିୟମ ଡ଼ିଜିଟାଲର ଷଷ୍ଠ ଅବଦାନ:କୋଶଲୀ ସର୍ଟ ଫିଲ୍ମ ‘କପାଲ’ର ସୁଟିଂ ଆରମ୍ଭ

ଏକ ନିଆରା କଥା କହିବ ‘କପାଲ’:ଆଶୁତୋଷ ଦାଶ(ପ୍ରଯୋଜକ)

ନର୍ଲା(ଦୀପକ ଠାକୁର),ସକାଳ ଖବର:କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସର୍ଟ ଫିଲ୍ମ ପ୍ରଯୋଜକ ପ୍ରିୟମ ଡ଼ିଜିଟାଲ ଷ୍ଟୁଡ଼ିଓ ବ୍ୟାନରରେ ପବିତ୍ର ବିଜୟା ଦଶମୀ ଅବସରରେ ମୁକ୍ତିଲାଭ କରିଥିଲା ପଂଚମ କୋଶଲୀ ସର୍ଟ ଫିଲ୍ମ ‘ଉକିଆ’ । ଖୁବ୍ କମ ସମୟ ଭିତରେ ଏହି ଚଳଚିତ୍ରଟିକୁ ହଜାର ହଜାର ଦର୍ଶକ ଭଲପାଇବା ଦେବା ପରେ ପୁଣିଥରେ ପ୍ରିୟମ ଡ଼ିଜିଟାଲ ଷ୍ଟୁଡ଼ିଓ ବ୍ୟାନରରେ ନିର୍ମିତ ହେଉଚି ଷଷ୍ଠ ଫିଲ୍ମ ‘କପାଲ’ । ଚଳଚିତ୍ରଟିର ଶୁଭମହୁରତ ଅବସରରେ ଏକ ନିଆରା କଥା କହିବ ‘କପାଲ’ ବୋଲି ପ୍ରଯୋଜକ ଆଶୁତୋଶ ଦାଶ ପ୍ରକାଶ କରିଛନ୍ତି । ପ୍ରଥମଥର ପାଇଁ ଉକିଆ ଚଳଚିତ୍ରରେ ଚମତ୍କାର ତଥା ଜୀବନ୍ତ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଓଡ଼ିଶାର ପ୍ରଥମ ମହିଳା ଅଧ୍ୟାପିକା ପର୍ବତାରୋହୀ ଲିପ୍ସାମୟୀ ଦୁବେ ଏହି ଚଳଚିତ୍ରରେ ମଧ୍ୟ ମୁଖ୍ୟ ଭୂମିକାରେ ନଜରକୁ ଆସୁଥିବାବେଳେ ତାଙ୍କ ସହିତ ରହିଛନ୍ତି ଜଣେ ଉଦୀୟମାନ ଯୁବ ପ୍ରତିଭା ସୁନୀଲ କୁମାର ସାହୁ । ପ୍ରଥମଥର ପାଇଁ ଶିଶୁକଳାକାର ପ୍ରିୟମ ଦାଶ ଏହି ଚଳଚିତ୍ରରେ ଅଭିନୟ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଅନୁଭବୀ କଳାକାର ଯୋଗୀନ୍ଦ୍ର ବେହେରା,ଜସ୍ମିତା ବାଗ,ଦ୍ରୋଣାଚାର୍ଯ୍ୟ ମାଝୀ,ପ୍ରଶାନ୍ତ ସାମନ୍ତରା ପ୍ରମୁଖ ଅଭିନୟ କରୁଥିବାବେଳେ ନିର୍ଦ୍ଦେଶନା ଦେଉଛନ୍ତି ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା । କିରିଆ ଏବଂ ଉକିଆ ଚଳଚିତ୍ରର ସଫଳତା ପରେ କପାଲର କହାଣୀ ମଧ୍ୟ ରଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ,ଯୁବକବି ହେମନ୍ତ ସାହୁ । କ୍ୟାମେରା ପରିଚାଳନା କରୁଛନ୍ତି ସୁନୀଲ ଏବଂ ତାଙ୍କୁ ସହଯୋଗୀ ନନ୍ଦ କିଶୋର ଓ ସୋନୁ ରଣା । ଚଳଚିତ୍ରଟି କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକର ବିଭିନ୍ନ ଗାଁ ଗୁଡ଼ିକରେ ସୁଟିଂ ଚାଲୁଥିବାବେଳେ ଗାଁ ପରବେଶ,ଚଳଣୀ ଓ ତାହାରି ଭିତରେ ଜୀବନର ମୋଡ଼ ଭଳି ମନଛୁଆଁ କଥା କହିବ ଏହି ଚଳଚିତ୍ର । ନରୋତ୍ତମ-ହେମନ୍ତ ଯୋଡ଼ିରେ ଏହି ଚଳଚିତ୍ରଟି ମଧ୍ୟ ବହୁଳମାତ୍ରାରେ ଦର୍ଶକୀୟ ଆଦୃତି ଲାଭ କରିବ ବୋଲି ଆଲୋଚନା ହେଉଛି ।

Nalco

Comments are closed.