Odisha news

ସ୍ଥାନୀୟ ମହିଳାଙ୍କ ଆର୍ଥିକ ଉନ୍ନତିପାଇଁ ଡାଲମିଆ ସିମେଣ୍ଟର ଅଭିନବ ପଦକ୍ଷେପ

ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ଏହାର କାରଖାନା ପାରିପାର୍ଶ୍ଵିକ ଅଞ୍ଚଳର ଲୋକଙ୍କର ବିକାଶ ପାଇଁ ନିରନ୍ତର ପ୍ରୟାସରତ l ଏହି କ୍ରମରେ  ଡାଲମିଆ ସିମେଣ୍ଟ ଏହାର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ମାଧ୍ୟମରେ ଲାଞ୍ଜିବେର୍ଣ୍ଣl-୧ ଗ୍ରାମର ୧୦ଟି ମହିଳାଙ୍କୁ ନେଇ ଏକ ମସଲା ଉତ୍ପାଦନ ଗୋଷ୍ଠୀ (“ମହା ଲକ୍ଷ୍ମୀ ଏସଏଚଜି”) ଗଠନ କରିଛି l  କମ୍ପାନୀରୁ ପ୍ରଶିକ୍ଷଣ ସାହାଯ୍ୟ ହାସଲ କରି ଏହି ଗୋଷ୍ଠୀ ଜିରା ପାଉଡ଼ର, ଲଙ୍କା ପାଉଡ଼ର, ଧନିଆ ପାଉଡ଼ର, ହଳଦୀ ପାଉଡ଼ର ଏବଂ ମିକ୍ସ ଭେଜିଟେବଲ ପାଉଡ଼ର ପ୍ରସ୍ତୁତି କରି ପ୍ରତି ମାସ ଡାଲମିଆ ଗେଷ୍ଟ ହାଉସ, ରାଜଗାଙ୍ଗପୁରକୁ ଯୋଗାଇବା ଆରମ୍ଭ କରିଦେଇଛି l ଏହି ଗୋଷ୍ଠୀର ମହିଳାମାନେ ପେସାଦାର ଭାବେ ମସଲା ଉତ୍ପାଦନ କାର୍ଯ୍ୟ ହାତକୁ ନେଇ କମ୍ପାନୀକୁ ୫ କ୍ୱିନଟଲ (୧୪୫୦୦୦ ଟଙ୍କା) ମସଲା ବାର୍ଷିକ ଯୋଗାଇ ଦେବାର ବରାଦ ହାସଲ କରିଛନ୍ତି l ଏହା ଛଡା ଉକ୍ତ ଗୋଷ୍ଠୀ ନିଜର ଆୟ ବଢାଇବାପାଇଁ ଉତ୍ପାଦନ ହୋଇଥିବା ମସଲା କୁ ଧାର୍ଯ୍ୟ ମୂଲ୍ୟରେ ନିକଟ ବଜାରରେ ମଧ୍ୟ ବିକ୍ରୟ କରିବାର ଲକ୍ଷ୍ୟ ରଖିଛି l
ସେହିପରି ଜ୍ଞାନପାଲି ଏବଂ ଗୁଣ୍ଡିପଡା ଗ୍ରାମର ୩ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ସଦସ୍ୟମାନେ କମ୍ପାନୀ ସହିତ ଯୋଡି ହୋଇ ପ୍ରତି ମାସ ଶାଳ ପତ୍ରରେ ତିଆରି ହୋଇଥିବା ଦୋନା, ପ୍ଲେଟ୍ କମ୍ପାନୀର ରାଜଗାଙ୍ଗପୁର ଗେଷ୍ଟ ହାଉସ କୁ ଯୋଗାଇ ଆସୁଛନ୍ତି  l ଏହାବ୍ୟତୀତ ଲାଞ୍ଜିବେର୍ଣ୍ଣl,କଟାଙ୍ଗ ଏବଂ ଧଉରlଅଡା ଗ୍ରାମର ୫ଟି ଏସଏଚଜି ସଦସ୍ୟlମାନେ  କମ୍ପାନୀ ସିଏସଆର ସହଯୋଗରେ ଛତୁ ଚାଷ କରିବା ଆରମ୍ଭ କରିଦେଇଛନ୍ତି l ଲାଞ୍ଜିବେର୍ଣ୍ଣlର ଜାଗୃତି ଏସଏଚଜି ଗୋଷ୍ଠୀ ସ୍ଥାନୀୟ ପାରମ୍ପରିକ ସୁସ୍ୱାଦୁଖାଦ୍ୟ “ଆରିଶl ପିଠା” ତିଆରି କରି କମ୍ପାନୀ ଗେଷ୍ଟ ହାଉସ କୁ ଯୋଗାଇ ଗୋଷ୍ଠୀର ସଦସ୍ୟମାନଙ୍କ ଆୟ ବଢ଼ାଇପାରୁଛନ୍ତି l ତରକେରl ଗ୍ରାମର ଏକ ଟେରାକୋଟା କାରିଗର ମଧ୍ୟ କମ୍ପାନୀ ସହିତ ଯୋଡି ହୋଇ ବିଭିନ୍ନ ଟେରାକୋଟା  ସାମଗ୍ରୀ ନିୟମିତ ଯୋଗାଇବା ସହିତ ନିଜର ଆୟ ବଢ଼ାଇପାରିଛନ୍ତି l
ଏହାଛଡା ଏସଏଚଜି ଗୋଷ୍ଠୀର ସଭ୍ୟା ଏବଂ ଚାଷୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରି ଫୁଲ ଚାଷ, ମାଛ ଚାଷ, ଜୈବିକ ପରିବା ଚାଷ ଇତ୍ୟାଦି ଆରମ୍ଭ କରାଯାଇ ସେମାନଙ୍କର ଜୀବନଜୀବିକା ଉପରେ ଏକ ପରିବର୍ତନ ଆଣିବାର ପ୍ରୟାସ କମ୍ପନୀ କର୍ତ୍ତୃପକ୍ଷ ଆରମ୍ଭ କରିଛନ୍ତି l ଏହାବ୍ୟତୀତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତି ବିଭିନ୍ନ ସାମଗ୍ରୀର ବିକ୍ରୟ ନିମନ୍ତେ ରାଜଗାଙ୍ଗପୁର
ଡାଲମିଆ କମ୍ପାନୀ କଲୋନୀ ପରିସରରେ ଥିବା କୋଣାର୍କ ପ୍ଳାଜ଼l ଠାରେ ଏକ ଏସଏଚଜି ବିକ୍ରୟ କେନ୍ଦ୍ର ଖୋଲାଯାଇ ଅଛି ଯାହାଦ୍ୱାରାକି ମହିଳା ସଭ୍ୟlମାନେ ନିଜର ଦ୍ରବ୍ୟ ପ୍ରସ୍ତୁତି କରି ଉପଯୁକ୍ତ ମୂଲ୍ୟରେ ବିକ୍ରୟ କରି ଲାଭାନ୍ଵିତ ହୋଇପାରୁଛନ୍ତି l

ଆରମ୍ଭ ହୋଇଥିବା ଏହି ପ୍ରୟାସ ବିଷୟରେ ଜଣାଇ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ କହିଛନ୍ତି “ଡାଲମିଆ ସିମେଣ୍ଟ କାରଖାନା ପାରିପାର୍ଶ୍ଵିକ ଅଞ୍ଚଳବାସୀଙ୍କର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟିତ l ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମର ମହିଳାମାନଙ୍କୁ କିଛି ଆର୍ଥିକ ସହାୟତା ମିଳି ପାରିବ l ମହିଳାମାନଙ୍କର ସଶକ୍ତିକରଣ ମାଧ୍ୟମରେ ସମ୍ପୂର୍ଣ ଗ୍ରାମର ବିକାଶ କରି ହେବ l ଭବିଷ୍ୟତରେ ଏଭଳି ଆହୁରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ” l

Comments are closed.