ନୂଆଦିଲ୍ଲୀ : ୟୁରୋପିଆନ ଫାଉଣ୍ଡେସନ ଫର ସାଉଥ ଏସିଆନ ଷ୍ଟଡ଼ିଜ ର ଗୋଟିଏ ଅଧ୍ୟୟନ ରୁ ଜଣା ପଡିଛି ଯେ ପାକିସ୍ତାନ ଓ ଆଫଗାନିସ୍ତାନ ରେ ଧାର୍ମିକ ସ୍କୁଲ ରେ ଆତଙ୍କବାଦ ର ଅଡ୍ଡା ଚାଲିଛି l ୟୁନାଇଟେଡ଼ ନେସନ ହ୍ୟୁମାନ ରାଇଟ ୪୮ ତମ ଅଧିବେଶନ ରେ କୁହାଯାଇଛି ଯେ ଏହା ଅଧିକ ଚିନ୍ତାର କାରଣ ଯେ ଦକ୍ଷିଣ ଏସିଆରେ ଆତଙ୍କର ବିପଦ ଧାର୍ମିକ ସ୍କୁଲ ଗୁଡ଼ିକରୁ ଆରମ୍ଭ ହେଉଛି l ବର୍ତମାନ ମଧ୍ୟ ଏହିଭଳି ରୂଢ଼ୀଵାଦୀ ବିଚାରଧାରା ଆଜିମଧ୍ୟ ପାକିସ୍ତାନ ଓ ଆଫଗାନିସ୍ତାନ ରେ ରହିଛି l
ଏହି ଅଧିବେଶନ ରେ କୁହାଯାଇଛି ଯେ ତାଲିବାନୀ ଭଳି ଭୟଙ୍କର ଆତଙ୍କବାଦ ଗୋଷ୍ଠୀ ପାକିସ୍ତାନ ର ମଦ୍ରାସା ରୁ ଉତ୍ପର୍ଣ୍ଣ ହୋଇଛନ୍ତି l ଲସ୍କର ଏ ତୋୟବା ଓ ଲସ୍କର ଏ ମହମ୍ମଦ ଭଳି ଆତଙ୍କବାଦ ଗୋଷ୍ଠୀ ପାକିସ୍ତାନ ର ଗୁଇନ୍ଦା ବିଭାଗ ISI ର ସାହାଯ୍ୟରେ ବିଭିନ ଆତଙ୍କବାଦ କାର୍ଯ୍ୟକଳାପ ଘଟାଉଛନ୍ତି l ପାକିସ୍ତାନ ଓ ଆଫଗାନିସ୍ତାନ ର ଅନେକ ସ୍କୁଲ ଯୁବକ ମାନଙ୍କୁ ଜିହ୍ୱାଦ ପାଇଁ ପ୍ରବର୍ତ୍ତାଉ ଛନ୍ତି l
ଏହି ଅଧିବେଶନ ରେ ଅଧକ୍ଷ ହେଂକେଡାର୍ଫ କହିଛନ୍ତି ବିଶ୍ୱକୁ ତାଲିବାନ ର କଥାକୁ ନେଇ ଖୁସିହେବା ଆବଶ୍ୟକ ନୁହେଁ l ତାଲିବାନ ଅନେକ ତଥ୍ୟ ଭୁଲ ଓ ମିଥ୍ୟା ଦେଉଛି l ତାଲିବାନ ଆର୍ଥିକ ଦୃଷ୍ଟିରୁ ଖୁବ ଦୁର୍ବଳ ଅଟେ l ତେଣୁ ଏହିସମୟରେ ଆଉ ଗୋଟିଏ ପିଢ଼ି ଆତଙ୍କ ରାସ୍ତାରେ ଆଗକୁ ବଢିପାରେ l ଏହି କଟର ପନ୍ଥୀ ମାନଙ୍କ ନିକଟରୁ ବିଶ୍ୱକୁ ଦୁରେଇ ରହିବା ଆବଶ୍ୟକ l
Comments are closed.