ଛତ୍ରପୁର 4/10 : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର କେନ୍ଦ୍ରବିନ୍ଦୁ ଲୋୟର ବସଷ୍ଟାଣ୍ଡ ନିକଟରେ ଥିବା ପିଲିବନ୍ଧ ସ୍ମାର୍ଟପାର୍କ ପରୀକ୍ଷା ମୂଳକ ଭାବେ ଆଜି କାର୍ଯ୍ୟକ୍ଷମ ହୋଇଛି । ଦୀର୍ଘବର୍ଷ ଧରି ପିଲିବନ୍ଧ ପାର୍କ ବନ୍ଦ ରହିଥିଲା । ପିଲିବନ୍ଧର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଚାଲୁ ରହିଥିଲା । ର୍ବମାନ ଏହି ପିଲିବନ୍ଧ ସ୍ମାର୍ଟପାର୍କର ସୌନ୍ଦର୍ଯ୍ୟୀକରଣ ଦ୍ୱିଗୁଣିତ ହୋଇଛି । ପିଲିବନ୍ଧ ଚାରିପାଖରେ ଚଲାପଥ, ଆଲୋକସଜ୍ଜା, ବିଭିନ୍ନ ରକମର ବୃକ୍ଷ, ଶିଶୁ ପାର୍କ, ଜଳଫୁଆର ଏବଂ ବୋଟିଂ ବ୍ୟବସ୍ଥା ରହିଛି । ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଛତ୍ରପୁର ଏନ୍ଏସିର ପ୍ରଶାସନିକ ଅଧିକାରୀ ସିନ୍ଧେ ଦାତ୍ରେୟ ଭାଉସାହେବ ପରୀକ୍ଷା ମୂଳକ ଭାବେ କାର୍ଯ୍ୟକ୍ଷମ ପିଲିବନ୍ଧ ସ୍ମାର୍ଟପାର୍କକୁ ବୁଲି ଦେଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ତହସିଲଦରା ନୀଳମାଧବ ଭୋଇ ଏବଂ ଛତ୍ରପୁର ଏନ୍ଏସିର କର୍ମଚାରୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ସ୍ମାର୍ଟପାର୍କକୁ ବୁଲି ସୌନ୍ଦର୍ଯ୍ୟୀକରଣକୁ ଉପଭୋଗ କରିଥିଲେ ।
Comments are closed.