Odisha news

ଆପଣାନ୍ତୁ ଏହି ସବୁ ଉପାୟ : ସ୍ମୃତିଶକ୍ତି ବଢ଼ୀବା ସହିତ ମସ୍ତିସ୍କ ମଧ୍ୟ ସୁସ୍ଥ ରହିଥାଏ

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ସ୍ମରଣ ଶକ୍ତି ସୁଦୃଢ ହେଉ ଓ ମସ୍ତିସ୍କ ସୁସ୍ଥ ରହୁ ତେବେ କିଛିଟା ଜିନିଷକୁ ଧ୍ୟାନ ଦେବାକୁ ପଡିବ l କାରଣ ଗୋଟିଏ ସୁସ୍ଥ ମସ୍ତିଷ୍କର ବ୍ୟକ୍ତି ସବୁ କାମକୁ ଠିକ ଭାବରେ କରିପାରେ l ଆମର ପ୍ରତିଦିନର ଜୀବନ ଚର୍ଯ୍ୟା ଉଭୟ ଆମ ମସ୍ତିସ୍କ ଓ ଶରୀର ଉପରେ ପ୍ରଭାବ ପକାଇଥାଏ l ସେଥି ମଧ୍ୟରୁ ଗୋଟିଏ ହେଲା ଆମେ ଖାଉଥିବା ଆହାର l ଖାଦ୍ୟ ବିଶେଷଜ୍ଞ ମାନଙ୍କ ମତରେ ଏପରି କିଛି ଖାଦ୍ୟ ରହିଛି ଯାହା ଆମର ମସ୍ତିସ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ l ତେଣୁ ଏପରି କିଛି ଖାଦ୍ୟ ରହିଛି ଯାହା ଆମ ମସ୍ତିସ୍କ ଉପରେ ଖୁବ ଭଲ ପ୍ରଭାବ ପକାଏ l

ଆସନ୍ତୁ ଜାଣିବା –
* ଅଖରୋଟ – ମସ୍ତିସ୍କ ପାଇଁ ସୁପର ଫୁଡ ହେଉଛି ଅଖରୋଟ l ଏହା ଉନ୍ନତ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଏହା ଆପଣଙ୍କ ମସ୍ତିଷ୍କକୁ ଅନେକ ପ୍ରକାରର ଲାଭ ଦେଇଥାଏ l ଅଖରୋଟ ରେ ରହିଛି ଆଲ୍ଫା – ଲିନାଲେନିକ ଏସିଡ , ଓ଼ମେଗା -3 ଫ୍ୟାଟି ଏସିଡ ଯାହା ଆମକୁ ମାନସିକ ଚାପ ସହିତ ସଂଘର୍ଷ କରିବା ପାଇଁ ସାହାଯ୍ୟ କରିଥାଏ l

* କଖାରୁ ମଞ୍ଜି – କଖାରୁ ମଞ୍ଜି ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର l ଏହି ମଞ୍ଜିରେ ଥିବା ଜିଙ୍କ ,ମ୍ୟାଗନେସିୟମ୍ , ଭିଟାମିନ ବି ଦ୍ୱାରା ଭାବିବା ଶକ୍ତି ବଢିଥାଏ l

* କାଜୁ – କାଜୁ ଗୋଟିଏ ଉନ୍ନତ ମେମୋରୀ ବୁଷ୍ଟର ଅଟେ l ପୋଲି ସାଚୁରେଟେଡ଼ ଓ ମନୋ ସାଚୁରେଟେଡ଼ ଫ୍ୟାଟ ମସ୍ତିସ୍କ ପାଇଁ ଖୁବ ଉପଯୋଗୀ l ଏହା ମସ୍ତିଷ୍କର କୋଷିକା ଗୁଡିକୁ ସୁସ୍ଥ ରଖିବା ସହ ମସ୍ତିଷ୍କକୁ କାର୍ଯ୍ୟକ୍ଷମ କରାଇଥାଏ l

* ଆଲମଣ୍ଡ – ଏଥିରେ ଥିବା ଭିଟାମିନ ବି ୬ ,ଇ ,ଜିଙ୍କ ,ପ୍ରୋଟିନ କାରଣରୁ ଉନ୍ନତ ସ୍ମରଣ ଶକ୍ତି ହୋଇଥାଏ l ନ୍ୟୁରୋଲୋଜି ଅସୁବିଧାରୁ ମଧ୍ୟ ଆଲମଣ୍ଡ ରକ୍ଷା କରିଥାଏ l

* ବିଭିନ୍ନ ଶସ୍ୟ – ଆମେ ଖାଉଥିବା ଗଜାମୁଗ ,ଗଜା ବୁଟ ଇତ୍ୟାଦି ଆମ ମସ୍ତିଷ୍କକୁ ବିଭିନ୍ନ କ୍ଷତି ହେବାରୁ ରକ୍ଷା କରିଥାଏ l ଏହିସବୁ ଥିରେ ଭିଟାମିନ କେ ,ଏ ,ସି , ବି ୬ ,କ୍ୟାଲସିୟମ , ମାଙ୍ଗାନିଜ , ଆଇରନ ଇତ୍ୟାଦି ଭରପୁର ମାତ୍ରାରେ ରହିଛି l

Comments are closed.