Odisha news

କୃଷକ ୟୁନିଅନର ଭାରତ ବନ୍ଦ୍ ଡାକରା କୁ ମିଳିଲା କଂଗ୍ରେସ ର ସମର୍ଥନ : ଦଳ କହିଲା ଆମେ କୃଷକ ଆନ୍ଦୋଳନ ରେ ବିଶ୍ବାସ ରଖିଛୁ

ନୂଆଦିଲ୍ଲୀ : କଂଗ୍ରେସ ଦଳ ପକ୍ଷରୁ ରବିବାର ଦିନ ନିଜର ସମସ୍ତ କାର୍ଯ୍ୟକର୍ତ୍ତା , ୩ଟି କୃଷି ନିୟମ କୁ ନେଇ ବିରୋଧ କୁ ନେଇ ସେପ୍ଟେମ୍ବର ୨୭ ତାରିଖ ରେ ଭାରତ ବନ୍ଦ୍ ଡାକରା ରେ ଅଂଶ ଗ୍ରହଣ କରିବା କୁହାଯାଇଛି । କୃଷକ ଆନ୍ଦୋଳନ କୁ ନିରୀକ୍ଷଣ କରୁଥିବା ୪୦ ରୁ ଅଧିକ କୃଷି ୟୁନିଅନ କୁ ଏଥିରେ ସାମିଲ ହେବା ପାଇଁ କୁହା ଯାଇଛି ।
କଂଗ୍ରେସ ସଂଗଠନ ର କେ ସି ବେନୁଗୋପାଲ କହିଛନ୍ତି କଂଗ୍ରେସ ଓ ତାର କାର୍ଯ୍ୟକର୍ତ୍ତା ମାନେ ସୋମବାର ଦିନ ତାଙ୍କ କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ନିର୍ଦ୍ଧାରିତ କରା ଯାଇଥିବା ଶାନ୍ତିପୂର୍ଣ୍ଣ କୃଷକ ଆନ୍ଦୋଳନ କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ । ସେ ଟୁଇଟ କରି କହିଛନ୍ତି ” ଆମେ ଆମ ଦେଶର କୃଷକ ମାନଙ୍କ ଅଧିକାର କୁ ବିଶ୍ବାସ କରୁଚୁ ଓ ଏହି କଳା କୃଷି ନିୟମ ବିରୋଧରେ ତାଙ୍କ ସହିତ ରାହିଛୁ । “
ବେନୁଗୋପାଲ୍ କହିଛନ୍ତି ସମସ୍ତ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ଅଧକ୍ଷ ଙ୍କୁ ଅନୁରୋଧ ଯେ ଶାନ୍ତିପୂର୍ଣ୍ଣ ଭାବରେ ଭାରତର ଅର୍ଣ୍ଣ ଦାତା ଙ୍କ ସହିତ ସହୋଜୋଗ କରି ତାଙ୍କ ସହିତ ଠିଆ ହୁଅନ୍ତୁ ।
ବର୍ତ୍ତମାନ୍ ସୁଧା କୃଷି ନିୟମ କୁ ନେଇ ସରକାର ଓ କୃଷକ ମାନଙ୍କ ମଧ୍ୟରେ ୧୧ ଦଫା କଥାବାର୍ତ୍ତା ହୋଇ ସରିଛି । ଶେଷ ଥର ପାଇଁ ଜାନୁଆରୀ ୨୨ ତାରିଖ ରେ ହୋଇଥିଲା । କୃଷକ ୟୁନିଅନ ଦାବି କରିଛନ୍ତି ଯେ ଏହି ନିୟମ ମଣ୍ଡି ଓ ନ୍ୟୁନତମ ସମର୍ଥନ ମୂଲ୍ୟ କିଣା ପ୍ରଣାଳୀ କୁ ସମାପ୍ତ କରି ଦେବ ଓ କୃଷକ ମାନଙ୍କୁ ବଡ଼ ବଡ଼ କର୍ପୋରେଟ ଭରସାରେ ଛାଡ଼ି ଦେବେ । କିନ୍ତୁ ସରକାର ଏହାକୁ ନେଇ ମତ ଦେଇଛନ୍ତି ଯେ ଏହାଦ୍ବାରା କୃଷକ ମାନଙ୍କ ର ଆୟ ବଢିବ ।
Ad2

Comments are closed.