Odisha news

ଶାସ୍ତ୍ର ଅନୁସାରେ : ଭୁଲ ରେ ମଧ୍ୟ କାହାରି ସହିତ ଏହି ୪ଟି ଜିନିଷ ବାଣ୍ଟିବା ଉଚିତ ନୁହେଁ , ନଚେତ ବାହାର ଲୋକ ଉଠାଇବେ ଏହାର ଫାଇଦା

ଜୀବନ ବିଭିନ୍ନ ଗୋପନୀୟତା କୁ ନେଇ ଚାଲିଥାଏ l ସେହି ଗୋପନୀୟତା ମଧ୍ୟରେ କିଛି ଏପରି ଘଟଣା ମଧ୍ୟ ରହିଥାଏ ଯାହାକୁ ଆମେ ଅନ୍ୟ କାହା ଆଗରେ କହିବା ଉଚିତ ନୁହେଁ l ଆମ ଦୈନନ୍ଦିନ ଜୀବନରେ ଏପରି ଅନେକ ଘଟଣା ଘଟିଥାଏ , କିନ୍ତୁ ସେଥି ମଧ୍ୟରୁ ଏପରି କିଛି ଘଟଣା ରହିଛି ଯାହା ଅନ୍ୟ କାହାରି ସହିତ ବାଣ୍ଟିବା କିମ୍ବା ଅନ୍ୟ ଆଗରେ କହିବା ଠିକ ନୁହେଁ l ଏହା ଆମର ଜୀବନରେ ବିଭିନ୍ନ ପ୍ରତିକ୍ରିୟା ଦେଖାଇ ଥାଏ l

ସେହି ୪ଟି କଥା ହେଲା –
* ଘରର ଝଗଡା – ମନୁଷ୍ୟ ଘରେ ହୋଇଥିବା ଝଗଡା କୁ ଅନ୍ୟ ଆଗରେ କହିବା ଉଚିତ ନୁହେଁ l କାରଣ ଅନ୍ୟ ଲୋକ ଆପଣଙ୍କ ଘରର ଦୁର୍ବଳତା ଜାଣି ଆପଣଙ୍କୁ ସମୟ ଆସିଲେ ଉପହାସ କରି ପାରନ୍ତି l ଯାହା ଦ୍ୱାରା ଆପଣ ଅନ୍ୟ ମାନଙ୍କ ସାମ୍ନାରେ ଲଜ୍ଜିତ ହୋଇ ପାରନ୍ତି l

* କରାଯାଇଥିବା ଉପକାର – ଯଦି ଆପଣ ଜୀବନରେ କେବେବି ପରାଉପକାର କରିଛନ୍ତି ତେବେ ଅନ୍ୟ ଆଗରେ ତାହା ବଖାଣିବା ଉଚିତ ନୁହେଁ l କାରଣ ଅନ୍ୟ ଆଗରେ କହିବା ଦ୍ୱାରା ଏହା ମୂଲ୍ୟହୀନ ହୋଇ ଯାଇଥାଏ l

* ଅପମାନ – ଯଦି କୌଣସି ବ୍ୟକ୍ତି ଆପଣଙ୍କର ଅପମାନିତ କରିଛି ତେବେ ତାକୁ ଅନ୍ୟ ଆଗରେ କହିବା ଉଚିତ ନୁହେଁ l ଏହାଦ୍ୱାରା ଆପଣ ଅନ୍ୟ ମାନଙ୍କ ନିକଟରେ ଅପମାନ ର ଶିକାର ହେବେ l

* ନିଜର ବ୍ୟକ୍ତିଗତ କଥା – କେବେବି ଅନ୍ୟ ଆଗରେ ନିଜର ବ୍ୟକ୍ତିଗତ କଥା କହିବା ଉଚିତ ନୁହେଁ l କାରଣ ଏହିକଥା ଯଦି ଭଲ ହୋଇଥିବ ତେବେ ସମସ୍ତେ ଆପଣଙ୍କ ର ବ୍ୟବହାର କରିବେ l ଯଦି କିଛି ଖରାପ କଥା ହୋଇଥିବ ତେବେ ଆପଣଙ୍କୁ ଅପମାନିତ କରିବେ l

Ad2

Comments are closed.