Odisha news

ଶରୀରରେ ହେମୋଗ୍ଲୋବିନ କମ୍ ଅଛି କି ?ତେବେ ଜାଣନ୍ତୁ ବଢାଇବାର ସହଜ ଉପାୟ

ହେମୋଗ୍ଲୋବିନ କମିବାର କାରଣ ହେଲା ଏନିମିଆ ଅର୍ଥାତ ଆଇରନ ଡେ଼ଫିସିଏନସି l ଆମ ଶରୀରରେ ୨ପ୍ରକାର ର ରକ୍ତ କୋଷିକା ରହିଛି l ଗୋଟିଏ ହେଲା ଶ୍ୱେତ ରକ୍ତ କୋଷିକା ଓ ଅନ୍ୟଟି ହେଲା ଲାଲ ରକ୍ତ କୋଷିକା l ୨ଟି ରକ୍ତ କୋଷିକା ଶରୀରକୁ ସୁସ୍ଥ ରଖିବା ପାଇଁ ନିହାତି ଆବଶ୍ୟକ l ଏନିମିଆ ହେବା ଦ୍ୱାରା ଥକା ଲାଗିବା ,ଚିଡିଚିଡା ଲାଗିବା ,ମୁଣ୍ଡ ବୁଲାଇବା ଓ ଛାତି ଥରିବା ଇତ୍ୟାଦି ସମସ୍ୟା ଦେଖା ଯାଇଥାଏ l ଠିକ ଭାବରେ ଖାଇବା ପୀଇବା ଦ୍ୱାରା ମଣିଷ ଶରୀରରୁ ଏନିମିଆ ସମସ୍ୟା ଦୂର ହୋଇଥାଏ l କିଛିଟା ଘରୋଇ ଉପାୟକୁ ଆପଣାଇ ଆପଣ ଏହି ସମସ୍ୟା ରୁ ନିଜକୁ ରକ୍ଷା କରି ପାରିବେ l

– ଗୋଟିଏ ଗ୍ଲାସ ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ପୀଇବା ଦ୍ୱାରା ହେମୋଗ୍ଲୋବିନ ସମସ୍ୟା ଦୂର ହୋଇଥାଏ l

– ଏନିମିଆରେ ପୀଡିତ ବ୍ୟକ୍ତି ପ୍ରତିଦିନ ନିଜ ଖାଦ୍ୟରେ ପାଳଙ୍ଗ ଶାଗକୁ ସାମିଲ କରନ୍ତୁ l ପାଳଙ୍ଗ ଆଇରନ ର ଗୋଟିଏ ଭଲ ସ୍ରୋତ ଅଟେ l ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କଲେ ରକ୍ତ ହୀନତା ରୁ ରକ୍ଷା ପାଇବେ l

– ମକ୍କା ମଞ୍ଜି ଓ ଟମାଟୋ ରକ୍ତ ହୀନତା ସମସ୍ୟାକୁ ଦୂର କରିଥାଏ l ତା ସହିତ ଶରୀରକୁ କ୍ୟାଲସିୟମ ଯୋଗାଇ ଥାଏ l ହେମୋଗ୍ଲୋବିନ ସ୍ତର ବଢାଇବା ପାଇଁ ବିଟ ରୁଟ ସେବନ କରିବା ନିହାତି ଜରୁରୀ ଅଟେ l ଏହାକୁ ଆପଣ ସାଲାଡ଼ ଓ ଜୁସ ଭାବରେ ସେବନ କରି ପାରିବେ l

– ଆଲମଣ୍ଡ ଖାଇବା ଦ୍ୱାରା ମଧ୍ୟ ରକ୍ତ ହୀନତା ସମସ୍ୟା ଦୂର ହୋଇଥାଏ l ଏହା ଶରୀରରେ ନୂଆ ରକ୍ତ କୋଷିକା ନିର୍ମାଣ କରିଥାଏ l

– ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ହୋଇଥାଏ l ଏହାର ଅର୍ଥ ଖଜୁରୀ ରେ ଥିବା କପର , ମ୍ୟାଗନେସିୟମ୍ , ଭିଟାମିନ ବି 6,ଇତ୍ୟାଦି ରହିଥାଏ l ଯେଉଁ କାରଣରୁ ରକ୍ତ କୋଷିକା ଗୁଡିକ ଠିକ ଭାବରେ ପୋଷାକ ତତ୍ୱ ପାଇ ଥାଆନ୍ତି l

Ad2

Comments are closed.