Odisha news

ଗୁରୁଦିବସରେ ଗୁରୁଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

ରାୟଗଡା : ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ଅବସରରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର , ଜିଲ୍ଲାର  ଚାଳିଶିରୁ ଉଦ୍ଧ ଅବସରପ୍ରାପ୍ତ ଶିକ୍ଷକ , ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ , ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ  ରାୟଗଡା ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷ ଠାରେ  ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ରାଜ୍ୟ ସଂଘ ଆଞ୍ଚଳିକ ସମ୍ପାଦକ ସୁରେନ୍ଦ୍ର କୁମାର କୁଲଦୀପ , ଜିଲ୍ଲା ସଂଘ ଉପଦେଷ୍ଠା ଅନନ୍ତ ଚରଣ ରଥ , ରାୟଗଡା ଜିଲ୍ଲା ନବ ନିର୍ବାଚିତ ସଭାପତି ଅଜିତ କୁମାର ଚୌଧୁରୀ ଓ ଜିଲ୍ଲା ସାଧାରଣ ସମ୍ପାଦକ ନିଳାଞ୍ଚଳ ମିଶ୍ର ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଶ୍ଵନଙ୍କ ଜନ୍ମଦିନ ଅବସରରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା ।

ଜିଲ୍ଲାପାଳ ଶ୍ରୀ ମିଶ୍ର ବକ୍ତବ୍ୟ ଅନୁଯାୟୀ ଗୁରୁଙ୍କ ସ୍ଥାନ ପିତା , ମାତାଙ୍କ ଭଳି ଉଦ୍ଧରେ , ଗୁରୁ ଶିଶୁଙ୍କ ମୂଳଦୁଆ ଗଠନ କରନ୍ତି । ଏହି ଅବସରରେ ନିଜ ପ୍ରାଥମିକ ଗୁରୁଜୀଙ୍କୁ ସେ ଅଦ୍ୟାବଧି ସରଣ କରୁଥିବା ପ୍ରକାଶ କରିଥିଲେ । ପ୍ରାଥମିକ ଶିକ୍ଷକଙ୍କୁ ଅଧ୍ୟକ ଦକ୍ଷ , କୁଶଳୀ ଓ କର୍ତ୍ତବ୍ୟ ପରାୟଣ ହୋଇ ବିଷୟବସ୍ତୁ ସମ୍ପର୍କିତ , ଜୀବନ କୌଶଳ , ମୂଲ୍ୟବୋଧ ଭିତ୍ତିକ ତଥା ଗୁଣାତ୍ମକ ଓ ପ୍ରେରଣାତ୍ମକ ଶିକ୍ଷା ପ୍ରଦାନ ସହ ପିଲାଙ୍କୁ ପ୍ରେରଣାଦାୟୀ ଓ ଅନୁସନ୍ଧିଛୁ କରିବା ନିମନ୍ତେ ପ୍ରବର୍ତ୍ତାଇଥିଲେ । ଗ୍ରାମାଞ୍ଚଳରେ ଲିଙ୍ଗଗତ ଭେଦଭାବ ଓ ନିରକ୍ଷରତା ଦୂରକରି ବିଦ୍ୟାଳୟ ରୂପକ ମଣିଷ ତିଆରି କାରଖାନାରୁ ଦକ୍ଷ ମଣିଷଟିଏ ସୃଷ୍ଟି କରିବା ସହ ସମାଜର ଚରିତ୍ର ଗଠନ କେବଳ ଶିକ୍ଷକଙ୍କ ଦ୍ବାରା ସମ୍ଭବ ବୋଲି ପ୍ରକାଶ କରିଥିଲେ । ଏହି ଅଭିନବ ପଦକ୍ଷେପକୁ ଜିଲ୍ଲାର ଶିକ୍ଷକ ସମାଜ ତରଫରୁ ଭୂୟସୀ ପ୍ରଶଂସା କରାଯାଇଅଛି । ସମ୍ପାଦକ ନିଲାଞ୍ଚଳ ମିଶ୍ର ଏହାର ପରିଚାଳନା କରିଥିବା ବେଳେ , ପ୍ରବୀଣ ରଥ , ନରସିଂହ ମିଶ୍ର , ତ୍ରିପତି ପଣ୍ଡା , ମହେନ୍ଦ୍ର ବାଗ , ସାନନ୍ଦ ବେଣିଆ , ସୋମନାଥ ଗରିଡା , ଦୀପକ ରାଉତ , ମମତା ପାଣିଗ୍ରାହୀ , ବି ସୁଜାତା , ନୀଳାଚଳ ପଣ୍ଡା , ରାଜ କିଶୋରେ ସାହୁ , ତ୍ରିନାଥ ବାଉରୀ , ଉତ୍ତମ ଜେନା , ସୁଶାନ୍ତ ସ୍ୱାଇଁ , ଉମାଶଙ୍କର ପଣ୍ଡା , ପ୍ରମୋଦ ପାଣିଗ୍ରାହୀ , ଗୌରିଶଙ୍କର ମିଶାଲ ପ୍ରମୁଖ ସହଯୋଗ କରିଥିଲେ ।

Nalco

Comments are closed.