Odisha news

ଟ୍ରକ କୁ ପିଟିଲା ବାଇକ, ଅଳ୍ପକେ ବର୍ତ୍ତିଗଲା ବାଇକ ଚାଳକ ର ଜୀବନ

ନବରଙ୍ଗପୁର(କେ.ସାକିଲି ଦୋରା।)—ଟ୍ରକ କୁ ପିଟିଲା ବାଇକ ଅଳ୍ପକେ ବର୍ତ୍ତିଗଲା ବାଇକ ଚାଳକ ର ଜୀବନ | ପାପଡାହାଣ୍ଡି ମୁଖ୍ୟ ଗ୍ରାମ ରାସ୍ତା ରେ ଆଜି ଏକ ଦୁର୍ଘଟଣା ଘଟି ଅଳ୍ପକେ ବାଇକ ଚାଳକ ଙ୍କ ଜୀବନ ବଞ୍ଚି ଯାଇଅଛି | ସୂଚନା ମୁତାବକ ଆଜି ଅପରାହ୍ନ 3ଘଣ୍ଟା ସମୟରେ ପାପଡାହାଣ୍ଡି ର ଜଣେ ଯୁବକ ପ୍ରସ୍ନଦତ୍ତ ସାହୁ  ମଦ ପିଇ ମାତାଲ ଅବସ୍ଥାରେ ବେପରୁଆ ଭାବେ ବାଇକ ଚଳାଇ ଯାଉଥିବା ବେଳେ ସାମନା ପଟୁ ଆସୁଥିବା ଟ୍ରକ ନଂ OD10E 8665 କୁ ଯାଇ ପିଟି ହୋଇଥିଲା, ଟ୍ରକ ଚାଳକ ଗାଡିର ବ୍ରେକ ମାରି ରଖିଦେବା ଯୋଗୁଁ ବାଇକ ଚାଳକ ଚକା ତଳେ ଚାପି ହେବାରୁ ବଂଚିଗଲା | ବାଇକ ଚାଳକ ମାତାଲ ଅବସ୍ଥାରେ ରାସ୍ତାର ଓଲଟା ପଟେ ଯିବାରୁ ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି, ଦୁର୍ଘଟଣା ରେ ଯୁବକ ସାମାନ୍ୟ ଆଘାତ ହୋଇଥିବା ବେଳେ ପୋଲିସ ପେଟ୍ରୋଲିଙ୍ଗ ଗାଡ଼ିରେ ଆହତ କୁ ସ୍ଥାନୀୟ ଡାକ୍ତରଖାନା ରେ ଭର୍ତି କରିଥିଲେ |

Comments are closed.