ଆମ ଜୀବନରେ ଅନେକ ପ୍ରକାର ଅସୁବିଧା ରହିଛି , ଏପରି କିଛି ଅସୁବିଧା ରହିଛି ଯେଉଁ କାରଣରୁ ଆମ ସବୁବେଳେ ମାନସିକ ନିର୍ଯ୍ୟାତନା ପାଇ ଥାଉ । ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଅସୁବିଧା ଦେଖା ଦେବା ଦ୍ଵାରା ମଧ୍ୟ ଚିନ୍ତା ରେ ପଡ଼ିଥାଉ । ସବୁ ରୋଗର ମୁଖ୍ୟ କାରଣ ହେଉଛି ଚିନ୍ତା । ତେଣୁ ଆସନ୍ତୁ ଜାଣିବା କେଉଁ ଉପାୟରେ ଆମେ ନିଜ ଜୀବନରୁ ଚିନ୍ତା କୁ ଦୂରେଇବା ।
* ଯଦି ଆପଣ ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ସବୁବେଳେ ଅସୁବିଧା ଭୋଗ କରୁଛନ୍ତି , ତେବେ ଆପଣ ନିଜ ପ୍ରତିଷ୍ଠାନ କିମ୍ବା କାର୍ଯ୍ୟାଳୟ ର ଉତ୍ତର – ପଶ୍ଚିମ ଦିଗରେ କ୍ରିଷ୍ଟାଲ ବଲ୍ ଲଟକାଇ ଦିଅନ୍ତୁ । ଚିନ୍ତା ଦୁର ହେବା ସହିତ କାମ କରିବାକୁ ଊର୍ଜା ମିଳିବ ।
* ଫେଂଗସୁଇ ଅନୁସାରେ କେବେବି ଦକ୍ଷିଣ ଦିଗରେ କୌଣସି ଜଳ ସ୍ରୋତ ର ଚିତ୍ର ଲଗାଇବା ଉଚିତ୍ ନୁହେଁ । ଏହାଦ୍ବାରା ଚିନ୍ତା ବଢିବା ଦେଖା ଦେଇଥାଏ ।
* ଯଦି ଆପଣ ନିଜ ଜୀବନରେ ଶତ୍ରୁ ମାନଙ୍କ ଯୋଗୁଁ ଚିନ୍ତିତ ରହୁଛନ୍ତି ତେବେ ନିଜ କାର୍ଯ୍ୟକ୍ଷେତ୍ରରେ ଓ ଘରେ ଫେଙ୍ଗାଶୁଇ ଡ୍ରଗନ୍ ରଖନ୍ତୁ । ଯେଉଁ କାରଣରୁ ଚିନ୍ତା ଦୁର ହେବ । ଏହାକୁ ଦକ୍ଷିଣ ଦିଗରେ ରଖାଯାଇ ଥାଏ । ଏହାଦ୍ବାରା ଚିନ୍ତା ଦୁର ହୋଇଥାଏ ଓ ଶତ୍ରୁ ହାର ମାନି ଥାଆନ୍ତି ।
Comments are closed.