Odisha news

ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦେଶ ରେ ଉଚ୍ଛେଦ ହୋଇଥିବା ବେଳାମାର୍ଗ ର ବହୁ ମୂଲ୍ୟ ସରକାରୀ ଜମି ପୁୁୁଣି ଜବରଦଖଲ

କୋଣାର୍କ :  ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ଵରେ ରାମଚଣ୍ଡୀ ନିକଟରେ ବହୁମୂଲ୍ୟ ସରକାରୀ ଜମି ଗୁଡିକୁ କେତେକ ମୁଷ୍ଟିମୟ ଲୋକ ମାନଙ୍କ ଦ୍ୱାରା କିଛିବର୍ଷ ପୂର୍ବେ ଜବର ଦଖଲ କରାଯାଇ ପାଚେରୀ ନିର୍ମାଣ କରାଯାଇଥିବା ଦେଖି ୨୦୧୪ ମସିହାରେ  କୋଣାର୍କ ବୁଲି ଆସିଥିବା ତତ୍କାଳୀନ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ପ୍ରଦୀପ ମହାପାତ୍ର  ଓ ପୁରୀ ଜିଲ୍ଲାପାଳ ଶ୍ରୀ ଅଶ୍ୱିନ କୁମାର ଦାସ ପ୍ରମୁଖ ଙ୍କୁ କୋଣାର୍କ ଏନଏସି ର  ପୁର୍ବତନ ଅଧକ୍ଷ ସ୍ବର୍ଗତ ଶ୍ରୀ ପ୍ରଫୁଲ୍ଲ ରାଉତରାୟ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କ ସହ ପୂର୍ବତନ ଏନ ଏ ସି ଅଧ୍ୟକ୍ଷ ଲାଲ ବାହାଦୂର ସାହୁ ଭେଟି  ଜବର ଦଖଲ ର ସମସ୍ତ ତଥ୍ୟ ଅବଗତ କରାଇଥିଲେ।
ସମସ୍ତ ତଥ୍ୟ ର ଅନୁଧ୍ୟାନ ପରେ ମୁଖ୍ୟଶାସନ ସଚିବ ଙ୍କ କଡା ନିର୍ଦ୍ଦେଶ କ୍ରମେ ତୁରନ୍ତ ପଦକ୍ଷେପ ନିଆଯାଇ ଶହଶହ ଏକର ପରିମିତ ଏହି ସରକାରୀ ଜମି ଗୁଡିକୁ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଜେସିବି ଲଗାଇ ଉଛେଦ କରାଯାଇ ବେଦଖଲ କରାଯାଇଥିଲା। ମାତ୍ର ଦୀର୍ଘ ବର୍ଷ ପରେ ଏବେ ରାଜସ୍ୱ ବିଭାଗ ର କେତେକ ଉଚ୍ଚ ପଦସ୍ଥ ଅଧିକାରୀ ଓ କର୍ମଚାରୀ ଙ୍କ ମନମୁଖୀ ନୀତିପାଇଁ ଲକ୍ଷାଧିକ ଟଙ୍କା କାରବାର ରେ ପୁଣି  ଦୀର୍ଘ ୭ ବର୍ଷ ପରେ ଏହି ମୁଲ୍ୟବାନ  ଶହଶହ ଏକର ସରକାରୀ ଜମି ଗୁଡିକୁ ସେହି ମୁଷ୍ଟିମୟ ଲୋକମାନଙ୍କ ଦ୍ୱାରା ପୁନଃ ଜବର ଦଖଲ ଆରମ୍ଭ ହୋଇଛି । ମୁଷ୍ଟିମେୟ ଲୋକମାନଙ୍କୁ ଏହି ଜମି ଗୁଡିକୁ  ଜବର ଦଖଲ କରିବାରେ ପରୋକ୍ଷରେ ରାଜସ୍ୱ ଅଧିକାରୀ ମାନେ ସାହାଯ୍ୟ ଯୋଗାଇଦେଇ  ସେହି ମୁଲ୍ୟବାନ ଜମି ଗୁଡିକ ପୂର୍ବପରି ତାରବାଡ ଘେରାଇବା ସହିତ ଦଖଲ ଦର୍ଶାଇବା ନିମନ୍ତେ ଅସ୍ଥାୟୀ ଗୃହ ନିର୍ମାଣ କରିଥିବା ଦେଖାଯାଇଛି ।ଫଳରେ ଖୋଦ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଦ୍ଵାରା କରାଯାଇଥିବା ମୁଲ୍ୟବାନ ସରକାରୀ ଜମି ର ଉଦ୍ଧାର କାର୍ଯ୍ୟ ଏବେ ଲୋକହସା ରେ ପରିଣତ ହୋଇଛି ।
ବର୍ତମାନର  ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସମେତ ସମସ୍ତ ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନେ ବିଭିନ୍ନ ସମୟରେ କୋଣାର୍କ ଗ୍ରସ୍ଥ କରିବା ସମୟରେ ଉକ୍ତ ରାସ୍ତା ପାର୍ଶ୍ଵ ରେ ଥିବା ଏହି ଜବର ଦଖଲ ସେମାନଙ୍କ ନଜର ରେ ପଡୁଥିଲେ ମଧ୍ୟ ସବୁ ଜାଣି ନଜାଣିଲା ପରି ଚୁପ ବସିରହିବାକୁ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଖବର ନେବାରେ ଜଣାପଡେ ପୁରୀ କୋଣାର୍କ-ବେଳାମାର୍ଗ ରାମଚଣ୍ଡୀ ମୁହାଁଣ ସମୁଖ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜମି ସାବକ ଖାତା ନମ୍ବର-୧୦୦ , ପ୍ଲଟ ନମ୍ବର- ୯୧୬ ମୌଜ଼ା-ଖାଲାକଟାପାଟଣା ର ସମୁଦାୟ ୨୩୦ ଏକର କିସମ-ବଗାୟତ ପତିତ ବାଲିଚର ୧୯୨୭/୨୮ ମସିହାରେ ସରକାରୀ ବନ୍ଦୋବସ୍ଥ ରେ ଏହି ୨୩୦ ଏକର ଜମିଟି ସମ୍ପୁର୍ଣ ଭାବେ ସରକାରୀ ଖାତାକୁ ଯାଇଥିଲାବେଳେ,ଜବର ଦଖଲ କରିଥିବା ଏହି ମୁଷ୍ଟିମେୟ ଲୋକମାନେ ସେମାନେ ଜମିଦାରଙ୍କ ଠାରୁ ଏହା ପରେ କିଣିଥିବା ନିଜର କାଗଜ ପତ୍ର ଦର୍ଶାଉଥିବା ଜଣାପଡିଛି। ମାତ୍ର ଏଠାରେ ପ୍ରଶ୍ନ ଉଠେ କି ସରକାରୀ ଖାତାକୁ ଯାଇଥିବା ଜମିଗୁଡିକୁ କିପରି ଭାବେ ଏହା ଜମିଦାର ଙ୍କ ହାତ ଲେଖା ପଟା ଦ୍ଵାରା ବିକ୍ରି ହେଲା ଓ  ଏହା କୁ କିଣିଥିବା  ଲୋକମାନେ କିପରି ଦାବିଦାର ହୋଇପାରିବେ ତାହା ଚିନ୍ତାର ବିଷୟ ।
ଏହି ୨୩୦ ଏକର ରୁ ପୁରୀ ଅଂଚଳର ଜଣେ  ମୁଷ୍ଟିମେୟ ବ୍ୟକ୍ତି ପୁରୀ ର ରାଜ ହାଲଦାର ଙ୍କ ଠାରୁ ହାଲ ପ୍ଲଟ ନମ୍ବର-୧୩୬୭ ଖାତା-୧୯୨ ୩ ଏକର ୨୦ ଡିସିମିଲି କିଣି ଏବେ  ମୁଖ୍ୟ ଶାସନସଚିବ ଙ୍କ ଦ୍ଵାରା ଉଛେଦ ହୋଇଥିବା ଜମି କୁ ପୁଣି ଜବର ଦଖଲ କରିଥିବା ଦେଖା ଯାଇଛି। ଏହା ସହିତ ଆଉ କେତେକ ଙ୍କ ଦ୍ଵାରା ଉକ୍ତ ଉଛେଦ ଜାଗାରେ ଏହି ଜମିକୁ ମଧ୍ୟ ଜବର ଦଖଲ ହୋଇଥିବା ନଜରକୁ ଆସିଛି।
ଏନେଇ ସୁତନ ରାଜସ୍ୱ  ନିରୀକ୍ଷ  ଶ୍ରୀ ଯଶୋବନ୍ତ ନାୟକ ଙ୍କୁ ପଚାରିବାରେ ସେ ଉକ୍ତ ବ୍ୟକ୍ତି ଙ୍କୁ ଜବର ଦଖଲ ହଟାଇବାପାଈଁ ନୋଟିସି କରିବା ସହିତ ଗୋପ ତହସିଲଦାର ଙ୍କୁ ଜୁନ ୨ ତାରିଖ ୨୦୨୧ ରେ ଚିଠି ମାଧ୍ୟମରେ  ଉକ୍ତ ସ୍ଥାନରୁ ଜବର ଦଖଲ ଉଛେଦ କରିବା ପାଇଁ ଜଣାଇଦେଇଥିବା ସେ ସୂଚନା ଦେଇଥିଲେ।ମାତ୍ର ଦୀର୍ଘ ଏକ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ କଣ ପାଇଁ ରାଜସ୍ୱ ଅଧିକାରୀ ମାନେ ଉଛେଦ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି ତାହାକୁ ନେଇ ଚର୍ଚା ଜୋରଧରିଛି ।   ସରକାରୀ  ମୁଲ୍ୟବାନ ଜମି ରୁ ଜବର ଦଖଲ ଉଛେଦ କରିବାକୁ ଅବହେଳା ପଦର୍ଶନ ର କାରଣ ଟିକିନିଖି ତଦନ୍ତ ହେବାସହ ଦାୟୀ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ଜବଦଖଲ ତୁରନ୍ତ ହଟାଇବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେବାକୁ ସାଧାରଣ ରେ ଦାବି ହୋଇଛି ।

Comments are closed.