ଜଳେଶ୍ୱର-୨୦/୦୮ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ ଏଣିକି ମାସର ପ୍ରତ୍ୟେକ ଶନିବାର ଜଳେଶ୍ୱର ସହରବାସୀଙ୍କ ଠାରୁ ବୈଦୁ୍ୟତିକ ଓ ବିପଜ୍ଜନକ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ଜଳେଶ୍ୱର ମୁ୍ୟନିସିପାଲିଟି । ଯାହାର ଶୁଭାରମ୍ଭ ହୋଇଛି । ଅଚଳ କମ୍ପୁ୍ୟଟର,ଭଂଗା କିମ୍ବା ଅଚଳ ଟିଭି,ରିମୋଟ ଓ ରଂଗଡବା,ଛୁଂଚି,ସିରିଂଜ,ପୁରୁଣା ବ୍ୟାଟାରୀ,ଭଂଗା ବଲ୍ବ ଆଦି ବିପଜ୍ଜନକ ବର୍ଜ୍ୟବସ୍ତୁ ନଗରବାସୀ ଏକତ୍ରିତ କରି ରଖି ଜଳେଶ୍ୱର ମୁ୍ୟନିସିପାଲିଟିର ସଫେଇ କର୍ମଚାରୀ ଙ୍କୁ ସପ୍ତାହରେ ଥରେ ଦେବାପାଇଁ ମୁ୍ୟନିସିପାଲିଟି ତରଫରୁ ନିବେଦନ କରାଯାଇଛି । ଏହାଦ୍ୱାରା ସହରକୁ ଇ-ଆବର୍ଜନା ମୁକ୍ତ ରଖାଯାଇପାରିବ ବୋଲି ମୁ୍ୟନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ପ୍ରକାଶ କରିଛନ୍ତି ।
Comments are closed.