Odisha news

ନୂଆପଡା: ଜିଲ୍ଲା ଭାଜପା ଅନୁସୂଚିତ ଜାତି ମୌର୍ଚ୍ଚା ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ ଏବଂ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର ପ୍ରଦାନ

ନୂଆପଡା-୧୧/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୌର୍ଚ୍ଚା ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ଙ୍କ ଉପରେ ରାଜ୍ୟ ସରକାର ନାନାଦି ଅତ୍ୟାଚାର ହଇରାଣ ହରକତ କରି ତାଙ୍କ ସ୍ୱର କୁ ଦବାଇ ବାକୁ କୁଚକ୍ରାନ୍ତ କରୁଥିବା ଅଭିଯୋଗକରି ପ୍ରଥମେ ଜିଲ୍ଲା ସଦର ମହକୁମା ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ରାଜ୍ୟ ସରକାର ଙ୍କ ବୈମାତୃକ ମନୋଭାଵ ପ୍ରତି ବିଶୋଦଗାର ବର୍ଷା କରିଥିଲେ ଓ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଘେରାଓ କରଥିଲେ । ରାଜ୍ୟପାଳଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ପ୍ରତିନିଧି ସୁଶାନ୍ତ ରଣା ଙ୍କୁ ପ୍ରଦାନ କରିଥିଲେ। ଏହି ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ନେତୃତ୍ୱ ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର କରିଥିବା ବେଳେ ଜିଲ୍ଲା ଅନୁସୂଚିତ ମୌର୍ଚ୍ଚା କର୍ମୀ ନିମାଇଁ ଚରଣ ତାଣ୍ଡି, କେଦାର ଜଗତ, ରାଜ୍ୟ ଉପସଭାପତି ପ୍ରସନ୍ନ ପାଢ଼ୀ, ମନିଜର ଆର୍ଯ୍ୟ,ଗୋଲଡି ଅଗ୍ରୱାଲ, ରାତ୍ରାନନ୍ଦ ମନହୀରା, ଅର୍ଜୁନ ଜଗତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ। ଅନୁସୂଚିତ ଜାତିର ଲୋକମାନଙ୍କୁ ବିଜେଡି କର୍ମୀମାନେ ଅତ୍ୟାଚାର କରୁଛନ୍ତି। କେନ୍ଦ୍ରାପଡ଼ା, ଆଳି ନିର୍ବାଚନ ମଣ୍ଡଳୀର ଏହାର ଉଦାହରଣ, ବାଳକାଟି ଗ୍ରାମ ପଞ୍ଚାୟର ହରିଷ ଚନ୍ଦ୍ର ମଲ୍ଲିକଙ୍କୁ ସମସ୍ତ ଯୋଜନାରୁ ଦୁର୍ନୀତ ଉଜାଗର କରି ଥିବାରୁ ଆକ୍ରୋଶର ଶିକାର ହେବା, ସେହିପରି ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଦଳିତ ମହିଳାଙ୍କ ମଜୁରୀ ଅଧିକ ଥିବା ବେଳେ ତାଙ୍କ ଏକାଉଣ୍ଟ କୁ ୨୫୭ ଟଙ୍କା ଦେବା ବଦଳରେ ମାତ୍ର ୮୨ ଟଙ୍କା ପ୍ରଦାନ କରିବା ବିଶେଷ କରି ଜାତିଆଣ ଆକ୍ଷେପ କରି ଯୋଜନାରୁ ବଞ୍ଚିତ କରିବାର ଚକ୍ରାନ୍ତ କରିଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ଶାସକ ଦଳ ବିଜେଡିର ଗୁଣ୍ଡା ସାଜି ଏଭଳି ଅନ୍ୟାୟ ଅତ୍ୟାଚାର ବିରୋଧ କରି ବିଜେପି ପକ୍ଷରୁ ଜିଲ୍ଲା ସଦର ମହକୁମା ଠାରେ ଯୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆଳି ଅଧିକାରୀଙ୍କୁ ବଦଳି, ଅଭିଯୁକ୍ତଙ୍କୁ ଗିରଫ ଏବଂ ବଞ୍ଚିତ ହିତାଧିକାରୀଙ୍କୁ ଯୋଜନା ରେ ସାମିଲ କରିବା ଏବଂ ମଲ୍ଲିକ ପରିବାରଙ୍କୁ ସୁରକ୍ଷା ଦେବା ଦାବି ନେଇ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ,ଘେରାଓ ଏବଂ ଶୋଭାଯାତ୍ରା କରି ବିରୋଧ ପ୍ରଦର୍ଶ କରାଯାଇଥିଲା ।

Comments are closed.