Odisha news

ଆର୍ଥିକ ସ୍ଥିତି କୁ ସୁଦୃଢ କରିଥାଏ ଏହିସବୁ ଫେଙ୍ଗସୁଇ ବାସ୍ତୁ ଟିପ୍ସ , ନିଜ ଜୀବନରେ ଆଣନ୍ତୁ ସୁଖ ଓ ସମୃଦ୍ଧି

ଆମ ଦୈନନ୍ଦିନ ଜୀବନରେ କିଛିଟା ଜିନିଷର ନକାରାତ୍ମକ ଶକ୍ତି ଓ କିଛି ଟା ଜିନିଷର ସକାରାତ୍ମକ ଶକ୍ତି ର ପ୍ରଭାବ ପଡିଥାଏ । ଆମେ ବିଶେଷ କରି ସକାରାତ୍ମକ ଶକ୍ତି କୁ ନିଜ ଜୀବନରେ ବିଶେଷ ସ୍ଥାନ ଦେଇଥାଉ । କାରଣ ସକାରାତ୍ମକ ଶକ୍ତି ପ୍ରଭାବରେ ଜୀବନରେ ସଫଳତା ମିଳିବା ସହିତ ଉନ୍ନତିର ମାର୍ଗ ଖୋଲି ଯାଇଥାଏ ।
* ଫେଙ୍ଗସୁଇ ଅନୁସାରେ ବାଉଁଶ ଗଛ ଯାହାକୁ କୁହାଯାଏ ଫେଙ୍ଗସୁଇ ବାମ୍ବୁ ଘର ପାଇଁ ଖୁବ୍ ଶୁଭ ଅଟେ । ଏହା ସୁଖ ସମୃଦ୍ଧି କୁ ନିମନ୍ତ୍ରଣ ଦେଇଥାଏ । ଯଦି ଆପଣ ଏହି ଗଛକୁ ନିଜ ଘରେ ରଖିବେ ତେବେ ଆପଣଙ୍କ ଅଟକି ରହିଥିବା ଧନ ମଧ୍ୟ ପ୍ରାପ୍ତ କରିବେ ।
* ଘରର ଐଶାନ୍ୟ କୋଣରେ ଅସୁବିଧା ଥିଲେ ବ୍ୟବସାୟ ରେ ବାଧା ଉପୁଜିଥାଏ । ତେଣୁ ଯଦି ଏପରି କୌଣସି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ତେବେ ଐଶାନ୍ୟ କୋଣରେ ଗୋଟିଏ ୱିଣ୍ଡ ବେଲ୍ ଲଗାନ୍ତୁ । ବ୍ୟବସାୟରେ ମିଳିବ ସଫଳତା ।
* ଫେଙ୍ଗସୁଇ ଅନୁସାରେ ମାଛ ଯୋଡ଼ାକୁ ସମୃଦ୍ଧିର ପ୍ରତୀକ କୁହାଯାଏ । ତେଣୁ ଆର୍ଥିକ ସ୍ଥିତି କୁ ସୁଦୃଢ କରିବା ପାଇଁ ଘରର ପୂର୍ବ ଦିଗରେ କାନ୍ଥରେ ଗୋଟିଏ ମାଛ ଯୋଡ଼ା ର ଚିତ୍ର କିମ୍ବା ମୂର୍ତ୍ତି ଲଗାନ୍ତୁ ମିଳିବ ସଫଳତା ।
* ଆପଣ ଯେତେ ପରିଶ୍ରମ କଲେ ମଧ୍ୟ ଯଦି ସଫଳତା ପାଇ ନାହାଁନ୍ତି ତେବେ ନିଜ ଘରର ଉତ୍ତର ଦିଗରେ ଫେଙ୍ଗସୁଇ ର ଲାଫୀଙ୍ଗ ବୁଧା ମୁର୍ତ୍ତି ଲଗାନ୍ତୁ କିମ୍ବା ରଖନ୍ତୁ । କାରଣ ଏହାଦ୍ବାରା ବିଘ୍ନ ଦୁର ହୋଇଥାଏ ।
* ଯଦି ଆପଣ ଘରର ଉତ୍ତର ପୂର୍ବ ଦିଗରେ କୌଣସି ପାଣିର ଫାଉଣ୍ଟେନ୍ ଲଗାଉଛନ୍ତି ତେବେ ଏହା ସମୃଦ୍ଧି କୁ ନିମନ୍ତ୍ରଣ ଦେଇଥାଏ । ତା ସହିତ ଲକ୍ଷ୍ମୀଙ୍କ ଆଶୀର୍ବାଦ ଭାବରେ ଗ୍ରହଣ କରାଯାଏ ।
* ଯଦି ଆପଣ ଘରର ବୈଠକ ଖାନା ରେ ଉତ୍ତରପୂର୍ବ ଦିଗରେ କୌଣସି ଫେଙ୍ଗସୁଇ ବେଙ୍ଗ ରଖନ୍ତୁ ଏହା ଆପଣଙ୍କ ଘରକୁ ସମୃଦ୍ଧି ଆଣିଥାଏ । ଆହୁରି ମଧ୍ୟ ଫେଙ୍ଗସୁଇ ବେଙ୍ଗ ଧନ ଆଗମନ ର ନୂଆ ରାସ୍ତା ଖୋଲି ଦେଇଥାଏ ।
* ଆପଣଙ୍କ ଜୀବନ ଉପରେ ଖୁବ୍ ପ୍ରତିକୂଳ ପ୍ରଭାବ ପକାଇ ଥାଏ କ୍ରିଷ୍ଟଲ ଲୋଟସ ଅର୍ଥାତ୍ ପଦ୍ମ । ଏହା ଘରେ ଶାନ୍ତି ଓ ସମୃଦ୍ଧିର ସ୍ଥିରତା ଆଣି ଥାଏ । ତେଣୁ ଏହାକୁ ବୈଠକ ଘରେ ରଖିବା ଉଚିତ୍ ।

Comments are closed.