ତିହିଡି,୨୮/୦୭: ତିହିଡି ବ୍ଲକ ଅଧିନ ସୟା ପଞ୍ଚାୟତର ବାଲିଚତୁରୀ ନାୟକସାହି ମିନି ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣ ସରକାରୀ ଭାବେ ଚିହ୍ନଟ କରାଯାିଥିବା ଜମିରେ କରାଯିବାକୁ ଦାବି ହୋଇଛି । ଏ ସଂପର୍କରେ ବହୁ ଗ୍ରାମବାସୀ ମଙ୍ଗଳବାର ଦିନ ତହସିଲଦାରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ବାଲିଚତୁରୀ ନାୟକସାହି ମିନି ଅଙ୍ଗନୱାଡି କେନ୍ଦ୍ର ଗୃହର ସ୍ଥାୟୀ ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ ଗତ ୨୦୧୮ ମସିହାରୁ ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଗୃହ ନିର୍ମାଣ କରିବାକୁ ବିଡିଓ ସରକାରୀ ଜାଗା ଚିହ୍ନଟ କରିବାକୁ ତହସିଲଦାରଙ୍କୁ ଜଣାଇଥିଲେ । ତହସିଲଦାରଙ୍କ ନିଦେ୍ର୍ଦଶକ୍ରମେ କୋହ୍ଲ ଆରଆଇ ଖାତା ନଂ-୨୦୮ଓ ପ୍ଲଟ ନଂ-୬୮୩ ଗୋଚର କିସମର ଜମି ଚିହ୍ନଟ କରିଥିଲେ । ମାତ୍ର ଗ୍ରାମର କିଛି ଲୋକ ସରକାରୀ ଖାତା ନଂ-୨୦୮ ଓ ପ୍ଲଟ ନଂ-୨୮୩ ସର୍ବସାଧାରଣ ଜମିରେ ଅସ୍ଥାୟୀ ଗୃହ ନିର୍ମାଣ କରିଛନ୍ତି ।
ଏହି ଜମିରେ ଗୃହ ରହିଲେ ସର୍ବସାଧାରଣ ଚଳପ୍ରଚଳରେ ଅସୁବିଧା ହେବ । ଅସ୍ଥାୟୀ ଗୃହକୁ ଭାଙ୍ଗି ସରକାରୀ ଚିହ୍ନଟ ଜମିରେ ଗୃହ ନିର୍ମାଣ କରିବାକୁ ପ୍ରାକ୍ତନ ସରପଞ୍ଚ ଗୋକୁଳାନନ୍ଦ ମଳିକ, ଶ୍ରୀନାଥ ମଳିକ, ମୂରଲୀଧର ରାଉଳ, ବିଜୟ ରାଉଳ, ତଅପୋଇ ରାଉଳ, ସୁକାନ୍ତି ରାଉଳ, ଗୌରାଙ୍ଗ ରାଉଳ, ସନ୍ଧ୍ୟାରାଣୀ ରାଉଳ, ଗୀତା ରାଉଳ, ଲଳିତା ରାଉଳ, ରଶ୍ମିରେଖା ରାଉଳ, ପାର୍ବତୀ ପୁହାଣ, ମନୋରମା ପୁହାଣ ପ୍ରମୁଖଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଦାବି କରିଛନ୍ତି । ଏ ସଂପର୍କରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାକୁ ପଚାରିବାରୁ ସେ କହିଛନ୍ତି-ସରକାରୀ ଜାଗା ଚିହ୍ନଟ ନେଇ ଅନୁଧ୍ୟାନ ପରେ ଯାହାକିଛି ନିଷ୍ପତ୍ତି ନିଆଯିବ ।
Comments are closed.