Odisha news

ଛତ୍ରପୁର ସାଂସ୍କୃତିକ ସଭା ମଂଚ ପକ୍ଷରୁ ବରିଷ୍ଠ ଗ୍ରନ୍ଥାଗାରିକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଦନା

ଛତ୍ରପୁର ୨୭/୭ : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ରେ ଥିବା ଜିଲ୍ଲା ପାଠାଗାର ର ବରିଷ୍ଠ ଗ୍ରନ୍ଥାଗାରିକ ଅମୀୟ କୁମାର ଧଳଙ୍କୁ ଛତ୍ରପୁର ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀ ପରିସର ରେ ଛତ୍ରପୁର ସାଂସ୍କୃତିକ ସଭା ମଂଚ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ବିଦାୟ କାଳୀନ ସମ୍ବର୍ଦ୍ଦନା ପ୍ରଦାନ କରାଯାଇଛି । ଶ୍ରୀ ଧଳଙ୍କ ରାଜ୍ୟ (ଭୁବନେଶ୍ୱର )ପାଠାଗାରକୁ ପଦୋନ୍ନତି ପାଇ ବଦଳି ହୋଇଛନ୍ତି ।  ଶିକ୍ଷକ ତଥା କବି ଅଜିତ ସେଠୀ ଙ୍କ ସଂଯୋଜନା ଏବଂ ଆଇନଜୀବି ବ୍ରଜ ମୋହନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବେ ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡି ଓ ଅଶୋକ ଚୈାଧୁରୀ, ପୂର୍ବତନ ଜିଲ୍ଲା ଶିକ୍ଷା ନିରୀକ୍ଷକ ନିରଞ୍ଜନ ତ୍ରିପାଠୀ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ ପାଢୀ ପ୍ରମୁଖ ଯୋଗଦେଇ ଶ୍ରୀ ଧଳଙ୍କ ଯୋଗୁଁ ପାଠାଗାର ର ଉନ୍ନତି ହେବା ସହ ବିଦ୍ୟାର୍ଥୀ ମାନେ ବହୁ ସଂଖ୍ୟାରେ ଜିଲ୍ଲା ପାଠାଗାରକୁ ପଢିବା ପାଇଁ ଆସିବାକୁ ଇଚ୍ଛା ପ୍ରକାଶ କରୁଥିଲେ ବୋଲି ମତବ୍ୟକ୍ତ କରିଥିଲେ ।

ସୂଚନା ଥାଉ କି, ଜିଲ୍ଲା ଗ୍ରନ୍ଥାଗାରିକ ତଥା ସହକାରୀ ସଂସ୍କୃତି ଅଧିକାରୀ ଶ୍ରୀ ଧଳ ଦୀର୍ଘ ୨୦ ବର୍ଷ ଧରି ଛତ୍ରପୁର ରେ ଥିବା ବେଳେ ସହର ତଥା ଗଞ୍ଜାମ ଜିଲ୍ଲାର ସାହିତ୍ୟ ସଂସ୍କୃତି ସହିତ ବହୁ ବିଜ୍ଞ ବ୍ୟକ୍ତିଙ୍କ ଏବଂ ସର୍ବ ସାଧାରଣରେ ସଭିଁଏ ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଅନୁରାଗୀଙ୍କ ଭଳି ଓତଃ-ପ୍ରୋତଃ ଭାବେ ଜଡିତ ଥିବା ବେଳେ ତାଙ୍କର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟକୁ ପଦୋନ୍ନତି କ୍ରମେ ବଦଳି ହୋଇ ଯାଇଥିବା ନେଇ ତାଙ୍କ ସ୍ମୃତି କୁ ମନେ ପକାଇବା ପାଇଁ ଏହି ସଭା କରୋନା ନିୟମାନୁଯାୟୀ ପାଳନ କରାଯାଇଛି ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ  କବି ଅଜିତ୍ କୁମାର ସେଠୀ,ପିଏନୟୁଏ କଲେଜ ର ପ୍ରିନ୍ସପାଲ ଡଃ.ରାଜେନ୍ଦ୍ର ଦାଶ, ଶିକ୍ଷାବିତ ଶ୍ରୀକାନ୍ତ ମହାନ୍ତି, କ୍ୟୁୟର୍ସ ଅନୁଷ୍ଠାନ ର ସମ୍ପାଦକ ଅରୁଣ ଶତପଥି, ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥି ଓ ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁଞ୍ଜୟ ତ୍ରିପାଠୀ, ନାଟ୍ୟକାର ଦେବେନ୍ଦ୍ର ଶର୍ମା, ଶିକ୍ଷକ ମନୋଜ କୁମାର ତ୍ରିପାଠୀ,ମାଗୁଣି ଶତପଥି,ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ,ସରକାରୀ ଓକିଲ ଭୈରବୀକୁମାର ପଟ୍ଟନାୟକ,ଦିଲ୍ଲୀପ ପଲାଇ ଓକିଲ ମନୋଜ କୁମାର ବେହେରା, ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀ ର ନିର୍ଦେଶକ ପୂର୍ଣ୍ଣଞ୍ଜୟ ଜେନା, ସ୍ୱାଭିମାନ ସ୍ବେଛାସେବୀ ସଂଗଠନ ର ସଭାପତି ପ୍ରଶାନ୍ତ କୁମାର ମହାରଣା ଙ୍କ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଅମୀୟ ଧଳଙ୍କ ଅତୀତର କାର୍ଯ୍ୟ କୁ ସ୍ମୃତି ଚାରଣ କରିଥିଲେ । ଶେଷରେ  ଯୁବକବି କେ. ସତ୍ୟ ନାରାୟଣ ରେଡ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.