Odisha news

ମହାମାନ୍ୟ ରାଜ୍ୟପାଳଙ୍କ ଦ୍ୱାରା “ନୟାଗଡ଼ ଇତିହାସ” ପୁସ୍ତକ ଉନ୍ମୋଚିତ

ନୟାଗଡ଼ : କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାଧନା ସ୍ଥଳ ନୟାଗଡ଼ ଜିଲ୍ଲା ମାଳିସାହି ମାଟିର ଶିକ୍ଷାବିତ ପ୍ରଫେସର ଡ. ପ୍ରେମାନନ୍ଦ ମହାପାତ୍ରଙ୍କ ଦ୍ୱାରା ରଚିତ “ନୟାଗଡ଼ ଇତିହାସ” ପୁସ୍ତକ ଉନ୍ମୋଚିତ ହୋଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ଡଃ. ଗଣେଶୀ ଲାଲ ଇତିମଧ୍ୟରେ “ନୟାଗଡ଼ ଇତିହାସ” ପୁସ୍ତକ ଉନ୍ମୋଚନ କରିଛନ୍ତି । ରାଜଭବନ ଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପୁସ୍ତକ ଉନ୍ମୋଚନ ହୋଇଥିଲା । ପୁସ୍ତକର ରଚୟିତା ଡ. ମହାପାତ୍ରଙ୍କ ଗବେଷଣାଲବ୍ଧ “ନୟାଗଡ଼ ଇତିହାସ” ଲୋକାଦୃତ ହେବା ନେଇ ରାଜ୍ୟପାଳ ଆଶା ପୋଷଣ କରିଛନ୍ତି ।

ନୟାଗଡ଼ ମାଳିସାହି ମାଟିରେ ଜନ୍ମିତ ପ୍ରଫେସର ଡ. ମହାପାତ୍ର ଜଣେ ବିଶିଷ୍ଠ ଶିକ୍ଷାବିତ ଭାବେ ପରିଚିତ । ସେ’ ରାଜଧାନୀ ଭୁବନେଶ୍ୱର ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଦାୟୀତ୍ୱରେ ରହିଛନ୍ତି । ଡ. ମହାପାତ୍ର ଜଣେ ଉଚ୍ଚକୋଟିର କବି, ସାହିତି୍ୟକ୍ୟ, ଗବେଷକ, ପ୍ରାବନ୍ଧିକ ତଥା ସୁବକ୍ତା ଭାବେ ସୁନାମ ରହିଛି ।

ତାଙ୍କର ଦ୍ୱାରା ରଚିତ ପୁସ୍ତକ “ମନସ୍ୱୀ ସାଧକ ପଣ୍ଡିତ ବିନାୟକ ମିଶ୍ର” ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱରା ପୁରସ୍କୃତ ହୋଇଛି । “ଉପେନ୍ଦ୍ରଭଞ୍ଜ”, “ସାରସ୍ୱତ ପୀଠ ମାଳିସାହି” ଭଳି ପ୍ରଫେସର ଡ. ମହାପାତ୍ରଙ୍କ ଅନେକ ସାରସ୍ୱତ ସୃଷ୍ଟି ପାଠକମାନଙ୍କ ଦ୍ୱାରା ଆଦୃତ ଲାଭ କରିଛି । ଡ. ମହାପାତ୍ରଙ୍କର “ନୟାଗଡ଼ ଇତିହାସ” ପୁସ୍ତକ ପାଠକ ମହଲକୁ ଖୁସୀ କରିପାରିବା ସହିତ ଏହା ଜିଲ୍ଲାର ଗୌରବକୁ ଅଧିକ ରୁଦ୍ଧିମନ୍ତ କରିଥିବା ଅନେକ ମତବ୍ୟକ୍ତ କରିଛନ୍ତି ।

Ad2

Comments are closed.