Odisha news

ବୋରିଗୁମ୍ମା ରେ ସୋନାଲିକା ଟ୍ରାକ୍ଟର ର ନୂଆ ସୋରୁମ ଖୋଲିଲା

ବୋରିଗୁମ୍ମା (କେ.ସାକିଲି ଦୋରା)—ବୋରିଗୁମ୍ମା ସହର ର କୋଟପାଡ଼ ରୋଡ଼ ରେ ଆଜି ସୋନାଲିକା ଟ୍ରାକ୍ଟର ର ନୂଆ ସୋରୁମ ର ଶୁଭାରମ୍ଭ ହୋଇଯାଇଛି।ଏହାର ପ୍ରଥମ ଗ୍ରାହକ ସିତୁ ଦଳେଇ ସୋନାଲିକା ଟ୍ରାକ୍ଟର ର ନୂତନ ସୋରୁମ ର ଉଦଘାଟନ କରିଥିଲେ।ପରେ ବରିଷ୍ଠ ଆଇନଜୀବୀ ଲାଲୁ ଷଡ଼ଙ୍ଗୀ, କମ୍ପାନୀ ର କର୍ମକର୍ତ୍ତା ଚାୟମ ମାଇତି , ଜୟପୁର ସ୍ଥିତ ସୋନାଲିକା ଟ୍ରାକ୍ଟର ର ମୁଖ୍ୟ ଡିଲର ବୁଲୁ ଶର୍ମା ପ୍ରମୁଖ ପ୍ରଥମ ଗ୍ରାହକ ଶ୍ରୀ ଦଳେଇ ଙ୍କୁ ନୂଆ ଟ୍ରାକ୍ଟର ର ଚାବି ଅର୍ପଣ କରିଥିଲେ।ବୋରିଗୁମ୍ମା ବ୍ଲକ ହେଉଛି କୃଷି ପ୍ରାଧାନ୍ୟ ବ୍ଲକ।
ଏଣୁ ଏଠିକାର ଚାଷୀ ହେଉ ଅବା ଠିକାଦାର ମାନେ ନୂଆ ଟ୍ରାକ୍ଟର କିଣିବା ପାଇଁ ଜୟପୁର ଯିବାକୁ ପଡ଼ିବ ନାହିଁ ବୋଲି ବୋରିଗୁମ୍ମା ନୂଆ ସୋରୁମ ର ମାଲିକ ମୁନା ଦୋରା ଓ ବିଜୟ ନାରାୟଣ ସାହୁ କହିଛନ୍ତି। ଚାଷୀ ଙ୍କୁ ଅତି ସହଜ ସୁବିଧା ରେ ନୂଆ ଟ୍ରାକ୍ଟର ଉପଲବ୍ଧ ସହ ସର୍ଭିସ ମିଳିବ। ଅନ୍ୟ ମାନଙ୍କ ମଧ୍ୟରେ କେ. ନାଗରାଜ ଦୋରା, ପାଇଲୁ ଜଗଦିଶ୍ୱର, ପ୍ରସାଦ ବିଡିକା, ସୁବାସ ନାୟକ, କେଶବ ପଣ୍ଡା, ରମେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.