Odisha news

ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଙ୍କୁ ନେଇ ଅଣ ଗେଜେଟେଡ଼ କମିଟି ଗଠିତ

ବୋରିଗୁମ୍ମା(କେ.ସାକିଲି ଦୋରା)—ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ ଅଣ ଗେଜେଟେଡ କର୍ମଚାରୀ ମାନଙ୍କୁ ନେଇ ଏକ ଗୁରୁତ୍ଵ ବୈଠକ ଅନୁଷ୍ଠିତ ହେଇଯାଇଛି।ନୂତନ ଭାବେ ଏକ ସଂଘ ଘଠନ କରି  ନୂତନ ଭାବେ କର୍ମକର୍ତା ଚୟନ କରାଯାଇଛି। ନୂତନ କମିଟି ରେ ସଭାପତି ଭାବେ ପଦ୍ମଲୋଚନ ମିଶ୍ର, ଉପସଭାପତି ଭାବେ ବାଲେଶ୍ଵର ନାୟକ ଏବଂ  . ରାଜା ଅଶୋକ ଆନନ୍ଦ, ସାଧାରଣ ସମ୍ପାଦକ ଭାବେ ପ୍ରଫୁଲ୍ଲ ବେହେରା, ଯୁଗ୍ମ ସମ୍ପାଦକ ଭାବେ ଗୋବିନ୍ଦ ମିଶ୍ର ଏବଂ ସାରଦା ପ୍ରସନ୍ନ ପାଣିଗ୍ରାହି, କୋଷାଧ୍ୟକ୍ଷ ଭାବେ ଗୋଲକ ବିହାରୀ ଚୌଧୁରୀ ଏବଂ ବିପିନ ମାଝି ଙ୍କୁ ବଚାଯାଉଛି।
ସେହିପରି ସଂଘ ର ଆଇନ  ପରାମର୍ଶ ଦାତା ଭାବେ  ଅଶୋକ କୁମାର ଗନ୍ତାୟତ ଏବଂ A ସନ୍ତୋଷ ଦୋରା ଙ୍କୁ ଚୟନ କରାଯାଇଛି।ମେଡିଆ ସେଲ ସେକ୍ରେଟାରୀ ଭାବେ ଗୋଲକ ବିହାରୀ ଚୌଧୁରୀ ଙ୍କୁ ଚୟନ କରାଯାଇଥିଲା ।ସଂଘର ଉପଦେଷ୍ଟା ଭାବେ ବସନ୍ତ ପଣ୍ଡା ଏବଂ ଜ୍ୟୋତ୍ସ୍ନା ମହାନ୍ତି ଙ୍କୁ ଚୟନ କରାଯାଇଛି ।
ଏହା ବ୍ୟତୀତ ସଂଘ ରେ ସମୁଦାୟ ୧୨ ଜଣ ସଦସ୍ୟ ଚୟନ କରାଯାଇଥିଲା ।ଆଗାମୀ ଦିନରେ ସଂଘ ର ପଞ୍ଜିକରଣ କରିଯିବା ନେଇ ଆଲୋଚନା କରାଯାଇଛି ।ପରବର୍ତ୍ତୀ ସଭା ରେ କୌଣସି ସଭ୍ୟର ସମସ୍ୟା କୁ ନେଇ ଆଲୋଚନା କରାଯିବ ବୋଲି ସଂଘ ନିଷ୍ପତ୍ତି ନେଇଛି।ଆଗାମୀ ଦିନରେ  ସମସ୍ତ ସଭ୍ୟ ଙ୍କ ସ୍ୱାସ୍ଥ୍ୟ ବୀମା  କରାଯିବ ବୋଲି ସଂଘ ନିଷ୍ପତି ନେଇଛି ।

Comments are closed.