Odisha news

ଦୁର୍ଗମ ସମାଡ଼ପଦର ଗ୍ରାମ ସଡ଼କକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ନୂଆପଡା-୧୬/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡ଼ ଜିଲ୍ଲା ର ଅଗମ୍ୟ ଦୁର୍ଗମ ଅଞ୍ଚଳକୁ ଜିଲ୍ଲାପାଳ ଙ୍କ ପରିଦର୍ଶନ। ଖଡ଼ିଆଳ ବ୍ଲକ ସମାଡ଼ପଦର ଗ୍ରାମ କୁ ଯାତାୟତ ପାଇଁ ଉତ୍ତମ ସଡ଼କ ନଥିବା ବେଳେ କଂକ୍ରିଟ ସଡ଼କ ନିର୍ମାଣ ନେଇ ବିଭାଗୀୟ ଆଧିକାରୀଙ୍କୁ ନିର୍ଦ୍ଧେଶ ଦେଲେ ଜିଲ୍ଲାପାଳ ସ୍ବାଧାଦେଵ ସିଂ। ମାଟି କାମ କରାଯାଇଅଛି। କିନ୍ତୁ ବର୍ଷାରେ ଏହି ମାଟି ଧୋଇଯିବ ବୋଲି ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ। ଦୁଇ ତିନି ଗୋଟି ବିଭାଗ ଙ୍କ ସମନ୍ଵୟ ରେ କଂକ୍ରିଟ ଗାଡ଼ୱାଳ ଏବଂ କଂକ୍ରିଟ ସଡ଼କ ନିର୍ମାଣ କରିବା ନିଷ୍ପତି ନେଇଛନ୍ତି।

ଆସନ୍ତା ଦୁଇ ତିନି ମାସ ମଧ୍ୟରେ ସମାଡ଼ପଦର ଗ୍ରାମକୁ ଅତ୍ୟନ୍ତ ଦୁଇ ଏବଂ ଚାରିଚକିଆ ଯାନବାହାନ ଚଳାଚଳ କରିବା ବ୍ୟବସ୍ଥା ହାତକୁ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ଏହି ଗସ୍ତ ବେଳେ ସରପଞ୍ଚ ଜାନକୀ ମାଝୀ, ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତି ରହିଥିଲେ। କାର୍ଯ୍ୟନିର୍ବାହୀ ଅଧିକାଶରୀ ଭୀଷ୍ମ ମେହେର ପ୍ରମୁଖ ଉପସ୍ଥିତି ଥିଲେ। ଏଠାରେ ସୂଚନା ଯୋଗ୍ୟଯେ, ଏହି ଦୁର୍ଗମ ଅଞ୍ଚଳକୁ ପ୍ରଥମେ ପୂର୍ବତନ ଜିଲ୍ଲାପାଳ ପୋମ ଟୁଡୁଙ୍କ ଗସ୍ତ ପରେ ମହିଳା ଜିଲ୍ଲାପାଳ ରୂପେ ସ୍ୱଧାଦେବ ସିଂ ଙ୍କ ଦ୍ୱିତୀୟ ଗସ୍ତ ବୋଲି ଜଣା ପଡ଼ିଛି। ସମାଡ଼ପଦର ବାସୀ ଜିଲ୍ଲାପାଳଙ୍କଗସ୍ତ ପରେ କଂକ୍ରିଟ ର ସ୍ଥାୟୀ ରାସ୍ତା ହେବା ନେଇଁ ଖୁସି ପ୍ରକାଶ ପାଇଛି।

Comments are closed.