Odisha news

ନିଜ ମାଆ ବୟସ ବିବାହିତା ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇ ଜେଲ ଗଲେ ଯୁବକ

ବୋରିଗୁମ୍ମା(କେ.ସାକିଲି ଦୋରା)–ନିଜ ମାଆ ବୟସ ଜଣେ ବିବାହିତ ମହିଳା ଙ୍କୁ ଅଶ୍ଲୀଳ ମେସେଜ କରିବା  ଅଭିଯୋଗ ରେ ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋରିଗୁମ୍ମା ପୋଲିସ।ଘଟଣା ରୁ ପ୍ରକାଶ ଯେ ବୋରିଗୁମ୍ମା ଥାନା ଅନ୍ତର୍ଗତ  ଭେଙ୍କଟ ନଗର ଅଞ୍ଚଳ ର ଜଣେ ବିବାହିତ ମହିଳା ଙ୍କୁ  ପ୍ରଥମେ ଫୋନେ ଓ ପରେ ଅନେକ ଅଶ୍ଲୀଳ ମେସେଜ  ପଠେଇଥିଲେ ଜଣେ ଯୁବକ। ଘଟଣା କୁ  ପ୍ରଥମେ ଗତ୧୦ ତାରିଖ ଦିନ  ମହିଳାଙ୍କ ସ୍ୱାମୀ ବୋରିଗୁମ୍ମା ରେ ମୌଖିକ ଭାବେ ଜଣାଇଥିଲେ।ତଥାପି ଯୁବକ ଜଣକ  ନିଜ କାର୍ଯ୍ୟ ରେ ନିର୍ବୃତ୍ତ ନ ରହିବାରମ୍ବାର ଅଶ୍ଳୀଳ ମେସେଜ ପଠାଇ ଚାଲିଲେ। ବାଧ୍ୟ ହୋଇ ଶେଷରେ  ଏନେଇ ଗତ ୧୪ ତାରିଖ ଦିନ  ମହିଳାଙ୍କ ସ୍ୱାମୀ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଅଭିଯୋଗ ପରେ ଏକ ଆଇ ଟି ମାମଲା ରୁଜୁ କରି  ସମ୍ପୃକ୍ତ ଯୁବକ କୁ  ଆଜି କୋର୍ଟ ଚାଲାଣ କରିଛି ବୋରିଗୁମ୍ମା ପୋଲିସ। ଅଭିଯୁକ୍ତ ଜଣକ ହେଲେ   ୨୨ ବର୍ଷୀୟ   ରଂଜିତ କୁମାର ବେହେରା।ଆଜି ତାଙ୍କୁ ବୋରିଗୁମ୍ମା ସ୍ଥିତ ପ୍ରଥମ ଶ୍ରେଣୀୟ  ବିଚାର ବିଭାଗୀୟ ଅଦାଲତ ରେ ହଜାର କରାଯାଇ ଜାମିନ ପାଇଁ ଆବେଦନ ହୋଇଥିବା ବେଳେ ଜାମିନ କୁ ଖାରଜ କରିଛନ୍ତି ବିଚାରପତି।ଫଳରେ ତାଙ୍କୁ ୧୪ ଦିନପାଇ ବିଚାର ବିଭାଗୀୟ  ଜେଲ କୁ ପାଠ ଯାଇଥିବା ନେଇ  ସରକାରୀ  ଓକିଲ ମୁନା ଦୋରା ସୂଚନା ଦେଇଛନ୍ତି।

Comments are closed.