Odisha news

ଉମାଦେବୀ କଂପ୍ଲେକ୍ସ ଉଦଘାଟିତ

ନର୍ଲା (ଦୀପକ କୁମାର ଠାକୁର) ନର୍ଲା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏକ ନୂତନ କଂପ୍ଲେକ୍ସ ଗୃହ ଉଦଘାଟିତ ହୋଇଛି। ମାଳିକ କିଶୋର ଚାନ୍ଦ ଓ ତାଙ୍କ ପତ୍ନୀ ସବିତା ଚାନ୍ଦ ଏହାର ଉଦ୍ଘାଟନ କରିଥିଲେ। ଉକ୍ତ କଂପ୍ଲେକ୍ସରେ ଡେଲିନିଡ଼୍ସ,ମୋଟର ସାଇକେଲ ସାମଗ୍ରୀ, ସାଇକେଲ ମରାମତି ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବିକ୍ରୀ ହେଉଥିବା ଜଣାପଡ଼ିଛି। ନୃତନ ଉମାଦେବୀ କଂପ୍ଲେକ୍ସ ହେବାରୁ ନର୍ଲାରେ ବ୍ୟବସାୟୀ ପେଣ୍ଠର ବୃଦ୍ଧି ଘଟିଛି। ନର୍ଲାରେ ସମସ୍ତ ପ୍ରକାର ଅତି ଆବଶ୍ୟକ ବ୍ୟବହାର ସାମଗ୍ରୀ ମିଳୁଥିବାରୁ ଦୂର ଦୂରଦୂରାନ୍ତ ମ.ରାମପୁର, କର୍ଲାମୁଣ୍ଡା, ଲାଞ୍ଜିଗଡ଼ ଅଞ୍ଚଳରୁ ଲୋକେ ଆସି କିଣାବିକା କରୁଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି। ନର୍ଲା ଠାରେ କଲେଜଛକ କଂପ୍ଲେକ୍ସ, ମନବୋଧ କଂପ୍ଲେକ୍ସ, ଡାଇମଣ୍ଡ କଂପ୍ଲେକ୍ସ ପରି ଅନେକ କଂପ୍ଲେକ୍ସ ଗୃହ ଗଢି ଉଠି ଥିବାରୁ ନର୍ଲା ଗାଁ ପରିଧି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

Comments are closed.