ପୁରୀ : ଆସନ୍ତା ୧୨ ତାରିଖ ସୋମବାର ଦିନ ମହାପ୍ରଭୁ ଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ ଜନିତ କଟକଣା ଯୋଗୁଁ ବିନା ଭକ୍ତ ରେ ସଂପର୍ଣ୍ଣ ହେବ ମହାପ୍ରଭୁ ଙ୍କ ଏହି ପ୍ରସିଦ୍ଧ ଘୋଷଯାତ୍ରା । ଇତି ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଚି । ଆଜି ରଥଖଳା ରେ ତିନି ରଥ ରେ କନକମୁଣ୍ଡି ଲାଗିବା ସହିତ ଓଲଟ ଶୁଆ ପଦ୍ମ ପାଖୁଡା ଲାଗିଛି । ତିନି ରଥ କୁ ଆକର୍ଷଣୀୟ ରଙ୍ଗ ରେ ଚିତ୍ରକାର ମାନେ ରଙ୍ଗ କରିଛନ୍ତି । ଆସନ୍ତା କାଲି ରବିବାର ଦିନ ଶ୍ରୀମନ୍ଦିର ରୁ ଆଜ୍ଞା ମାଳ ଆସିବା ପରେ ତିନି ରଥ ରଥଖଳା ରୁ ଦକ୍ଷିଣ ମୋଡ କରାଯାଇ ସିଂହଦ୍ୱାର ରେ ଲାଗିବ । ସୋମବାର ସକାଳୁ ରଥ ପ୍ରତିଷ୍ଠା ପରେ ପହଣ୍ଡି ବିଜେ କରାଯିବ ।
ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ସିଂହଦ୍ୱାର ଗୁମୁଟ କୁ ସୁବାଶିତ ଫୁଲରେ ସଜାଯିବ । ତିନୋଟି ଯାକ ରଥରେ ଖୋର୍ଦ୍ଧାର୍ ରୁ ଆସିଥିବା ସୋଲ ଫୁଲ ରେ ପ୍ରଥମେ ସଜାଯିବ । ପରେ ପରେ ବିଭିନ୍ନ ସୁଗନ୍ଧିତ ପୁଷ୍ପ ରେ ରଥ ସଜାଯିବ । ଏହି ପୁଷ୍ପ ବାସ୍ନା ରେ ବଡଦାଣ୍ଡ ମହକିବ । ରଥ ସିଂହାସନ ଉପରେ ରଙ୍ଗିନ୍ ଚାନ୍ଦୁଆ ବନ୍ଧାଯାଇଛି । ଚଳିତ ବର୍ଷ ସାଧାରଣ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଦର୍ଶନ ସୁଯୋଗ ନମିଳୁଥିବାରୁ ଦୂରଦର୍ଶନ ଓ ବିଭିନ୍ନ ଚ୍ୟାନେଲ ଜରିଆରେ ମହାପ୍ରଭୁ ଙ୍କ ଏହି ଘୋଷାଯାତ୍ରା ଦେଖିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିସନ କୁମାର ଜନସାଧାରଣ ଙ୍କୁ ନିବେଦନ କରିଁଛନ୍ତି ।

Comments are closed.