ସୋର : ସୋର ପୁଲିସ ଜଣେ ନାବାଳିକା ଅପହରଣକାରୀ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ମାର୍ଚ୍ଚ ୬ ତାରିଖରେ ବାଳଙ୍ଗ ଗ୍ରାମର ଭଗବାନ ମଳିକଙ୍କ ପୁଅ ସୁରେନ୍ଦ୍ର ସେହି ଗ୍ରାମର ଜଣେ ନାବାଳିକାକୁ ଅପହରଣ କରି ନେଇଥିବା ସୋର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପୁଲିସ ୧୦୦/୨୧ରେ ଏକ ମକଦମା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଗତକାଲି ତଦନ୍ତକାରୀ ଅଧିକାରୀ ପ୍ରଦୀପ କୁମାର ନାୟକ ବେତଡ଼ାରୁ ନାବାଳିକାକୁ ଉଦ୍ଧାର କରିବା ସହିତ ସୁରେନ୍ଦ୍ର ଗିରଫ କରିଥିଲେ । ସୁରେନ୍ଦ୍ରକୁ କୋର୍ଟ ଚାଲାଣ କରିବା ସହିତ ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।
Comments are closed.