ନୂଆଦିଲ୍ଲୀ : ଆମ ଦୁନିଆରେ ବିଭିନ୍ନ ପ୍ରକାରର ଅଦ୍ଭୁତ ଘଟଣା ଘଟିଥାଏ । ସେହିଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି । ଆମ ମଣିଷ ମାନଙ୍କର ଯେପରି ଭାଷା ରହିଛି ସେହିପରି ବେଙ୍ଗ ମାନଙ୍କର ମଧ୍ୟ ଭାଷା ରହିଛି । କିନ୍ତୁ ଆମେ ଜୀବଜନ୍ତୁ ମାନଙ୍କର ଭାଷାକୁ ବୁଝି ପାରି ନଥାଉ । କିନ୍ତୁ ବର୍ତ୍ତମାନ୍ ଅଷ୍ଟ୍ରେଲିଆ ର ଜଣେ ପ୍ରଫେସର୍ ଦାବି କରିଛନ୍ତି ଯେ ସେ ବେଙ୍ଗ ମାନଙ୍କ କଥାକୁ ବୁଝି ପାରନ୍ତି ଓ ତାଙ୍କ ସହିତ କଥା ମଧ୍ୟ ହୋଇଥାଆନ୍ତି । ତାଙ୍କର ଏହି ତଥ୍ୟକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି , କାରଣ ମଣିଷ ମାନଙ୍କ ପାଇଁ ଜୀବଜନ୍ତୁଙ୍କ ଭାଷା ବୁଝିବା କଷ୍ଟକର ଅଟେ । ବେଙ୍ଗ ମାନଙ୍କ ସହ କଥା ହେବାର ଦାବି କରୁଥିବା ପ୍ରଫେସର୍ ଙ୍କ ନାମ ହେଉଛି ମାଇକେଲ୍ ମହୋନି ଓ ସେ ଜଣେ ଜୀବ ବିଜ୍ଞାନୀ ପ୍ରଫେସର୍ । ୭୦ ବର୍ଷୀୟ ମହୋନି ଅଷ୍ଟ୍ରେଲିଆ ର ନ୍ୟୁକେଶଲ୍ ବିଶ୍ଵବିଦ୍ୟାଳୟ ରେ ପ୍ରଫେସର୍ ଅଛନ୍ତି ।
ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ” ମୁଁ ବେଳେବେଳେ କାମ କରିବାକୁ ଭୁଲି ଯାଇଥାଏ । ମତେ ଘଣ୍ଟା ଘଣ୍ଟା ଧରି ବେଙ୍ଗ ମାନଙ୍କ ସହିତ କଥା ହେବାକୁ ଭଲ ଲାଗିଥାଏ ଓ ଏହା ମୋ ମନକୁ ଶାନ୍ତି ଦେଇଥାଏ ।” ସେ ବେଙ୍ଗ ମାନଙ୍କ ର ବିଭିନ୍ନ ଶବ୍ଦକୁ ମଧ୍ୟ ଖୁବ୍ ସୁନ୍ଦର୍ ଭାବରେ ନକଲ କରିଥାଆନ୍ତି ।
ଅଷ୍ଟ୍ରେଲିରେ ବେଙ୍ଗ ମାନଙ୍କର ପ୍ରାୟ ୨୪୦ ପ୍ରଜାତି ରହିଛନ୍ତି । ନିଜର କ୍ୟାରିଅର ମଧ୍ୟରେ ପ୍ରଫେସର୍ ପ୍ରାୟ ୧୫ଟି ବେଙ୍ଗ ମାନଙ୍କ ପ୍ରଜାତି ଉପରେ ଅଧ୍ୟୟନ କରିଛନ୍ତି । ସେ କହିଛନ୍ତି ଯେ ଆମକୁ ଏହି ବେଙ୍ଗ ମାନଙ୍କର ପ୍ରଜାତିର ସଂରକ୍ଷଣ ପାଇଁ ପ୍ରଥମେ ଅଷ୍ଟ୍ରେଲିଆ ରେ ବେଙ୍ଗ ମାନଙ୍କ ପାଇଁ ଜିନୋମ ବ୍ୟାଙ୍କ୍ ପ୍ରତିଷ୍ଠା କରିବାକୁ ପଡ଼ିବ ।

Comments are closed.