ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ପୋଲିସ ମାଷ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଉପରେ ଅନେକ ନିୟମ ଦେଖାଇ ଅଧିକାଂଶ ସମୟରେ ଚାଲାଣ ମଧ୍ୟ କଟି ଦେଇଛି ।କିନ୍ତୁ ମଦ ଭାଟି ନିକଟରେ ମଦୁଆଙ୍କୁ ସାମାଜିକ ଦୂରତା ଶିଖାଇବା ପୋଲିସକୁ ମାହାଙ୍ଗା ପଡ଼ିଲା । କାନପୁରର ଘାଟମପୁର ଅଞ୍ଚଳରେ ମଦ ଭାଟିରେ ଥିବା କିଛି ଲୋକଙ୍କୁ ପୋଲିସ ମାଷ୍କ୍ ନପିନ୍ଧିଲେ ଚାଲାଣ କଟା ଯିବାର ଚେତାବନୀ ଦେଉଥିଲା। ଆଉ ତାପରେ ଯାହା ଘଟିଗଲା ତାହାର କୌଣସି ବର୍ଣ୍ଣନା କରିହେବ ନାହିଁ । ମଦୁଆ ମାନେ ମିଳିତ ଭାବରେ ଥାନା ଅଧିକାରୀ ଓ ହାବିଲଦାର ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିିଲେ।

Comments are closed.