ନୂଆଦିଲ୍ଲୀ : ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ବିରାମ ହୋଇ ସରିଛି । କିନ୍ତୁ ଏହା ପୂର୍ବରୁ ଉଭୟ ପକ୍ଷର ଶାନ୍ତି ପାଇଁ ଗୁରୁବାର ଦିନ ସଂଯୁକ୍ତ ରାଷ୍ଟ୍ର ମହାସଭାର ବୈଠକ ଡକା ଯାଇଥିଲା ।ଏଥିରେ ଅଧିକାଂଶ ଦେଶ ଅଂଶଗ୍ରହଣ କରିଥିଲେ ।ବୈଠକରେ ଭାରତ ମଧ୍ୟ ମଧ୍ୟପୂର୍ବରେ ହିଂସା ସମାପ୍ତ କରିବ o ସାନ୍ତି ବାଜଇ ରଖିବା ପାଇଁ ମତ ଦେଇଥିଲା । ଭାରତ ସବୁବେଳେ ପାଲେଷ୍ଟାଇନ ପାଇଁ ଗୋଟିଏ ଅଲଗା ରାଷ୍ଟ୍ର ଓ ପୂର୍ବ ଜେରୁଜେଲମ କୁ ତାର ରାଜଧାନୀ କହିବା ସପକ୍ଷରେ ରହିଛି । କିନ୍ତୁ ଭାରତ ଚଳିତ ଥର ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷକୁ ବୁଝାମଣା କରିବା ପାଇଁ ଦୁଇ ରାଷ୍ଟ୍ର ସମାଧାନର ସ୍ୱର ଉଠାଇ ନାହିଁ ।ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ତିରୁ ମୂର୍ତ୍ତୀ କହିଛନ୍ତି ଯେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସମ୍ପର୍କ ଭଲ କରିବା ପାଇଁ ଚେଷ୍ଟା କରାଯିବ ଆବଶ୍ୟକ । ଭାରତ ଜୋର୍ ଦେଇ କହିଥିଲା ଯେ ଏହି କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ରଖିବାକୁ ହେଲେ ଦୀର୍ଘଦିନ ପର୍ଯ୍ୟନ୍ତ ଆଲୋଚନା କରିବା ଦ୍ୱାରା ସାର୍ଥକ ହେବ ।

Comments are closed.