Odisha news

ମଇ ମାସରେ ଏହିସବୁ ଦିନ ବ୍ୟାଙ୍କ ରହିବ ବନ୍ଦ : ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଛୁଟି ତାଲିକ

0

ନୂଆଦିଲ୍ଲୀ :  ଆସନ୍ତା ମଇ ମାସରେ ଘରୋଇ ଓ ସରକାରୀ ବ୍ୟାଙ୍କ ସମୁଦାୟ ୯ ଦିନ ପାଇଁ ବନ୍ଦ ରହିବ l ୫ ଦିନ ବିଭିନ୍ନ ବ୍ୟାଙ୍କର ଛୁଟି କାରଣରୁ ବନ୍ଦ ରହିବ l ଯଦିଆମେ ଶନିବାର ଓ ରବିବାର ଯଦି ଯୋଡିବା ତେବେ ମଇ ୨୦୨୧ ରେ ସମୁଦାୟ ୯ ଦିନ ବନ୍ଦ ରହିବ l ରିର୍ଜବ ବ୍ୟାଙ୍କ ଅଫ ଇଣ୍ଡିଆ ର ୱେବସାଇଟ ଅନୁସାରେ ବିଭିନ୍ନ ରାଜ୍ୟର ସ୍ଥାନୀୟ ପର୍ବ କୁ ନେଇ ଛୁଟି ତାଲିକା ପ୍ରକାଶ ପାଇଛି l ଏହି ତାଲିକାରେ ମହାରାଷ୍ଟ୍ର ଦିବସ ,ରମଜାନ ଓ ବୁଦ୍ଧ ପୁର୍ଣିମା ଇତ୍ୟାଦି l

ଦେଶରେ କୋଭିଡ ଯୋଗୁଁ ବର୍ତମାନ ବ୍ୟାଙ୍କ କର୍ମଚାରୀଙ୍କ କାମ କରିବାର ଶୈଳୀରେ ପରିବର୍ତନ ଆସିଛି l କରୋନା ପ୍ରଭାବିତ ଅଞ୍ଚଳରେ ରହୁଥିବା ବ୍ୟାଙ୍କ କେମଚାରୀ ମାନଙ୍କୁ ସୁବିଧା ଦେବାକୁ ଯାଇ କାର୍ଯ୍ୟ କରିବାର ଶୈଳୀକୁ ପରିବର୍ତନ କରାଯାଇଛି l ଅଧିକାଂଶ ରାଜ୍ୟରେ ବ୍ୟାଙ୍କ କାର୍ଯ୍ୟ ସମୟକୁ କମାଇ ୪ ଘଣ୍ଟା କରି ଦିଆ ଯାଇଛି l

ଆସନ୍ତୁ ଜାଣିବା ମଇ ମାସର ବ୍ୟାଙ୍କ ଛୁଟି ତାଲିକା –

ମଇ ୧ ତାରିଖ – ଶ୍ରମିକ ଦିବସ /ମହାରାଷ୍ଟ୍ର ଦିବସ ଇତ୍ୟାଦି ସହିତ ଯେପରିକି ବାଙ୍ଗାଲୋର ,ଚେନାଇ ,ନାଗପୁର ,ପାଟନା ,କୋଲକାତା ,ଓଡିଶା ଓ ଟିରୁଭେନ୍ଟ ପୁରମ l

ମଇ ୭ ତାରିଖ – ଜୁମାତ -ଉଲ – ଭିଦା କୁ ନେଇ ଜାମୁ କାଶ୍ମୀର ବ୍ୟାଙ୍କ ବନ୍ଦ ରହିବ l

ମଇ ୧୩ ତାରିଖ – ରମଜାନ ଇଦ- ଉଲ – ଫିତର କୁ ନେଇ ଭାରତର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ l

ମଇ ୧୪ ତାରିଖ – ଭଗବାନ ପର୍ଶୁରାମ ଜୟନ୍ତୀ ଓ ଆଉ କିଛି ସ୍ଥାନରେ ଇଦ ପର୍ବ ପାଳନକୁ  ନେଇ ବାଙ୍ଗାଲୋର ,ଭୋପାଲ ,ଓଡିଶା ,ଚଣ୍ଡୀଗଡ଼ ,ରାୟପୁର ,ପାଟନା ରାଞ୍ଚି ,ନୂଆ ଦିଲ୍ଲୀ ଇତ୍ୟାଦି ସ୍ଥାନ ସାମିଲ ରହିଛି l

ମଇ ୨୬ ତାରିଖ – ବୁଦ୍ଧ ପୁର୍ଣିମା – ଭୋପାଲ , ଚଣ୍ଡୀଗଡ଼ ,ଡେରାଡୁନ ,ଜାମୁ ,କୋଲକାତା ,ମୁମ୍ବାଇ ,ନାଗପୁର ଇତ୍ୟାଦି l

ରବିବାର ବ୍ୟତୀତ ,ଦ୍ଵିତୀୟ ଓ ଚତୁର୍ଥ ଶନିବାର ରେ ବ୍ୟାଙ୍କ ବନ୍ଦ ରହିବ l ୨ ,୯ ,୧୬ ,୨୩ ଓ ୩୦ ରବିବାର ଅଟେ l ଯେବେକି ୮ ଓ ୨୨ ମଇ ରେ ଦ୍ଵିତୀୟ ଓ ଚତୁର୍ଥ ଶନିବାର ଅଟେ l

Govt
Leave A Reply