ହିନ୍ଦୁ ଧର୍ମରେ ଆମେ ବିଭିନ୍ନ ନୀତି ଓ ନିୟମକୁ ଗ୍ରହଣ କରି ଗୋଟିଏ ସୁନ୍ଦର ଜୀବନ ଅତିବାହିତ କରିବାକୁ ଇଛା ରଖିଥାଉ l କାରଣ ବିନା ନୀତିଶାସ୍ତ୍ରରେ ଜୀବନ ମୂଲ୍ୟ ହୀନ ଅଟେ l ଗରୁଡ଼ ପୁରାଣର ବିଶେଷ ମହତ୍ୱ ରହିଛି ଯାହା ଜୀବନକୁ ସରସ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ l ଏଥିରେ ଏମିତି କିଛି କୁହାଯାଇଛି ଯାହାକୁ ଆମେ କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇନଥାଏ l ପ୍ରତେକ ମଣିଷ ଇଛା କରି ଥାଆନ୍ତି ତାଙ୍କ ଘରେ କେବେବି ଧନର ଅସୁବିଧା ନହଉ ଓ ଈଶ୍ୱରଙ୍କ ଆଶୀର୍ବାଦ ମିଳିଥାଉ l
ତେଣୁ ଏହି କିଛିଟା ନୀତିକୁ ଗ୍ରହଣ କରିବା ନିହାତି ଆବଶ୍ୟକ –
* ଗରୁଡ଼ ପୁରାଣ ଅନୁସାରେ ବ୍ୟକ୍ତିକୁ ଆସନ ପୋଷାକ ପିନ୍ଧିବା ଉଚିତ ନୁହେଁ ,କାରଣ ଏପରି କରିବା ଦ୍ୱାରା ଲକ୍ଷ୍ମୀ ଛାଡି ଚାଲି ଯାଇ ଥାଆନ୍ତି l ଯାହାଦ୍ୱାରା ଆପଣଙ୍କ ବ୍ୟବସାୟ ,ଚାକିରୀ ଉପରେ ପ୍ରଭାବ ପଡିଥାଏ l
* ଯେଉଁ ଲୋକମାନେ ମୁଖ ଧୋଇ ନଥାଆନ୍ତି ସେମାନଙ୍କ ନିକଟରୁ ଲକ୍ଷ୍ମୀ ଦୁରେଇ ଯାଇ ଥାଆନ୍ତି l ଏଭଳି ଲୋକମାନେ ଦାନ୍ତର ସମସ୍ୟା ଦ୍ୱାରା ଆକ୍ରାନ୍ତ ହୋଇ ଥାଆନ୍ତି l ଏଭଳି ଲୋକମାନେ ଅଳସୁଆ ସ୍ୱଭାବର ହୋଇ ଥାଆନ୍ତି l ଏଭଳି ଲୋକ ଦାୟିତ୍ୱ ଶୂନ୍ୟ ସ୍ୱଭାବର ହୋଇ ଥାଆନ୍ତି l
* ଯେଉଁ ଲୋକମାନେ କୌଣସି ଛୋଟ ଛୋଟ କଥାରେ ଉତ୍ୟକ୍ତ ହୋଇ ଥାଆନ୍ତି ଓ ଅପ ଶବ୍ଦ ପ୍ରୟୋଗ କରନ୍ତି ସେମାନେ ଧନ ହାନିର ଶିକାର ହୁଅନ୍ତି l ସବୁବେଳେ ସାନ ମାନଙ୍କ ପ୍ରତି ଆଦର ଓ ବଡ ମାନଙ୍କ ପ୍ରତି ସମ୍ମାନ ରଖି ଥାଆନ୍ତି ସେମାନେ ଜୀବନରେ ଉନ୍ନତି କରି ଥାଆନ୍ତି l ଏଭଳି ଲୋକଙ୍କ ଉପରେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ରହି ଥାଆନ୍ତି l ସେଥିପାଇଁ ସବୁବେଳେ ସମସ୍ତଙ୍କ ସହିତ ଭଲ କଥା ହେବା ଆବଶ୍ୟକ l
* ଗରୁଡ଼ ପୁରାଣ ଅନୁସାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଭଗବାନଙ୍କୁ ପ୍ରାଥନା କରି ନଥାନ୍ତି ସେଭଳି ଲୋକମାନେ ଅସୁବିଧାର ସମୁଖୀନ ହୋଇ ଥାଆନ୍ତି l ସକାଳ ସମୟରେ ଭଗବାନଙ୍କୁ ସ୍ମରଣ କରାଯାଇଥାଏ l ସକାଳ ସମୟ ଗୋଟିଏ ଏଭଳି ସମୟ ଯେଉଁଠି ସମସ୍ତ ଭଲ କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ଅଟେ l ତେଣୁ ସନ୍ଧ୍ୟା ଓ ସକାଳ ସମୟରେ ସତ କାର୍ଯ୍ୟ କରି ନିଜ ଜୀବନକୁ ସଫଳତା ଆଡକୁ ନେବା ଆବଶ୍ୟକ l
