ପ୍ରତେକ ମଣିଷ ଧନଵାନ ହେବାକୁ ଇଛା କରି ଥାଆନ୍ତି l ଭୌତିକ ବାଦୀ ଯୁଗରେ ଏକ ଜରୁରୀ ସାଧନ ଭାବରେ ଗ୍ରହଣ କରା ଯାଇଛି l ଯଦି ନିକଟରେ ଧନ ଥାଏ ମନୁଷ୍ୟ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇ ନଥାଏ l ବିଦ୍ୱାନ ମାନଙ୍କ ମତରେ କେବେବି ଧନକୁ ଭୁଲ ଉପାୟରେ ହାସଲ କରିବା ଉଚିତ ନୁହେଁ l କେବେବି ଅନ୍ୟର ଧନ ଉପରେ ଖରାପ ଦୃଷ୍ଟି ପକାଇବା ଉଚିତ ନୁହେଁ l
ଯେଉଁ ବ୍ୟକ୍ତି ଏଭଳି କରିଥାଏ ସେ ଆଗକୁ ଯାଇ ଖରାପ ସମୟ ଓ ପରିସ୍ଥିତିକୁ ଭୋଗ କରିଥାଏ l ତେଣୁ ଧନ ପ୍ରାପ୍ତ କରିବା ପାଇଁ ମଣିଷକୁ କେବେବି ଭୁଲ ରାସ୍ତା ଗ୍ରହଣ କରିବା ଉଚିତ ନୁହେଁ l ଶ୍ରୀମଦ ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଭୁଲ କାର୍ଯ୍ୟ କରୁଥିବା ବ୍ୟକ୍ତି ନିଜର ଆତ୍ମ ସମ୍ମାନ ହରାଇ ଥାଏ l ସେଥିପାଇଁ ଅନୈତିକ କାର୍ଯ୍ୟ କରିବା ଉଚିତ ନୁହେଁ l
ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କ ସ୍ଵଭାଵ ଅତି ଚଞ୍ଚଳ ହୋଇଥାଏ l ସେ କୌଣସି ସ୍ଥାନରେ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥାଆନ୍ତି l ତେଣୁ ଧନ ଆସିବା ଦ୍ୱାରା କେବେବି ଅହଂକାର କରିବା ଉଚିତ ନୁହେଁ l ଧନ ଲାଭ ଦ୍ୱାରା ଯେଉଁ ବ୍ୟକ୍ତି ଅହଙ୍କାରୀ ହୋଇଯାଏ ସେ ଅସୁବିଧାର ସମୁଖୀନ ହୋଇଥାଏ l
ଛନ୍ଦ କପଟ ଦ୍ୱାରା ଅନ୍ୟର ଧନ ହାସଲ କରିବା ଉଚିତ ନୁହେଁ
ଲକ୍ଷ୍ମୀ ସେହି ବ୍ୟକ୍ତି ନିକଟରୁ ଶୀଘ୍ର ଅସନ୍ତୁଷ୍ଟ ହୋଇ ଚାଲି ଯାଇ ଥାଆନ୍ତି ଯିଏ ଅନ୍ୟ ମାନଙ୍କ ସହିତ ଛଳନା କରି ରୋଜଗାର କରିଥାଏ l ଧନ ପ୍ରାପ୍ତ କରିବା ପାଇଁ ମଣିଷ ପରିଶ୍ରମ କରିବା ଆବଶ୍ୟକ ,ଭୁଲ କାର୍ଯ୍ୟ ଦ୍ୱାରା ଅନ୍ୟର ଧନ ହାସଲ କରିବା ଉଚିତ ନୁହେଁ l
