ପାନ ମଧୁରିର ବାସ୍ନା ମିଠାଳିଆ ଅଟେ l ଏହାକୁ ଆମେ ବିଭିନ୍ନ ପ୍ରକାରର ମିଠା ଜିନିଷ ଓ ପିଠାରେ ବ୍ୟବହାର କରିବା ସହିତ ମସଲାରେ ମଧ୍ୟ ବ୍ୟବହାର କରିଥାଉ l ଏହା ଔଷଧୀୟ ଗୁଣରେ ଭରପୁର ଅଟେ l ଆୟୁର୍ବେଦର ଚିକିତ୍ସକ ମାନେ ବିଭିନ୍ନ ରୋଗର ଉପଚାର ପାଇଁ ପାନ ମଧୁରୀ ବ୍ୟବହାର କରିବା ପାଇଁ କହି ଥାଆନ୍ତି l ଆସନ୍ତୁ ଜାଣିବା –
* ପାନ ମଧୁରୀ ପାଚନ ପ୍ରକ୍ରିୟାକୁ ସ୍ୱାଭାବିକ କରିଥାଏ l ଯଦି ଆପଣଙ୍କ ପାଚନ ପ୍ରକ୍ରିୟାରେ ଅସୁବିଧା ହେଉଛି ତେବେ ରାତିରେ ପାନ ମଧୁରୀ କୁ ମିଶ୍ରି ସହିତ ପାଣିରେ ପକାନ୍ତୁ l ସକାଳୁ ଖାଲି ପେଟରେ ଏହି ପାଣିକୁ ପିଅନ୍ତୁ l ଦେଖିବେ ଗ୍ୟାସ ,ଏସିଡ଼ିଟି ,ଛାତି ଜ୍ବଳନ ଇତ୍ୟାଦିରୁ ଆରମ୍ ମିଳିବ l
* ଥଣ୍ଡା ଓ କାଶ ଦୂର କରିବାରେ ପାନ ମଧୁରୀର ଭୂମିକା ବେସ ଗୁରୁତ୍ୱପୂର୍ଣ୍ଣ ଅଟେ l କାଶ ହେଉଥିଲେ ପାନ ମଧୁରୀ ଓ ମିଶ୍ରୀକୁ ଫୁଟାଇ ପିଇବା ଦ୍ୱାରା କାଶ ଠିକ ହୋଇଥାଏ l
* ପାନ ମଧୁରୀ କୋଲେଷ୍ଟ୍ରଲ ଠିକ କରିବାରେ ସାହାଯ୍ୟ କରେ l କୋଲେଷ୍ଟ୍ରଲ ର ଶିକାର ଯଦି ହୋଇଛନ୍ତି ତେବେ ପ୍ରତିଦିନ ସକାଳେ ସନ୍ଧ୍ୟାରେ ଉଷୁମପାଣି ସହିତ ପାନ ମଧୁରୀ ଚୋବାଇ ଖାଇବା ଦ୍ୱାରା ଏଥିରୁ ଆରାମ ମିଳିବ l ଉଚ ରକ୍ତଚାପ ରୋଗୀ ମାନଙ୍କ ପାଇଁ ପାନ ମଧୁରୀ ହିତକର ଅଟେ l ଏଥିରେ ଥିବା ପୋଟାସିୟମ ରକ୍ତଚାପ ସହିତ କୋଲେଷ୍ଟ୍ରଲ ନିୟନ୍ତ୍ରିତ କରେ l ଏଥିରେ ଥିବା ଡିଟକ୍ସି ପ୍ରପର୍ଟିଜ ରକ୍ତକୁ ସଫା ରଖିଥାଏ l
* ପାନ ମାଧୁରୀରେ ଥିବା ଭିଟାମିନ ଏ ଓ ସି ମହତ୍ଵପୁର୍ଣ ଉପାଦାନ ଅଟେ l ବଢୁଥିବା ବୟସରେ ଏହି ଭିଟାମିନ ଆଖିର ଦୃଷ୍ଟି ଶକ୍ତିକୁ ଠିକ କରିଥାଏ l ଯଦି ଆପଣଙ୍କ ଆଖି କୁଣ୍ଡେଇ ହଉଚି କିମ୍ବା ଅନ୍ୟ କୌଣସି ସମସ୍ୟା ଦେଖା ଯାଉଛି ତେବେ ପାନ ମଧୁରୀ ବାଷ୍ପ ନେବା ଦ୍ୱାରା ଆରାମ ମିଳିବ l
