Odisha news

ବିଷ୍ଣୁଙ୍କ ପତ୍ନୀଙ୍କୁ ଏହି ଭଳି ଆହ୍ୱାନ କରି ପ୍ରସନ୍ନ କରନ୍ତୁ : ଜୀବନରେ ରହିବା ନାହିଁ କୌଣସି ଅସୁବିଧା

0

ମା ଲକ୍ଷ୍ମୀଙ୍କର ବିଶେଷ ମହତ୍ତ୍ଵ ହିନ୍ଦୁ ଧର୍ମରେ ରହିଛି । ତାଙ୍କୁ ସାଗର ତନୟ ବୋଲି କୁହାଯାଇଥାଏ। ୪ ବେଦ ଓ ସମସ୍ତ ଧର୍ମ ଶାସ୍ତ୍ରରେ ଲକ୍ଷ୍ମୀଙ୍କୁ ବିଶେଷ ମହତ୍ତ୍ଵ ଦିଆଯାଇଥାଏ। ପୁରାତନ କାଳରୁ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଲକ୍ଷ୍ମୀଙ୍କୁ ଦୁଃଖ ହାରିଣୀ ଓ ସୁଖ ଦାୟିନୀ ବୋଲି କୁହାଯାଏ ।

* ରୁକ୍ ବେଦରେ ଲକ୍ଷ୍ମୀଙ୍କୁ ଧ୍ୟାନ କରିବା ପାଇଁ କୁହାଯାଇଛି ଯେ “ହେ ଦେବୀ ଆପଣ କମଳା ମୁଖି ଓ କମଳ ପୁଷ୍ପ ଉପରେ ବିରାଜମାନ କରନ୍ତୁ ।ସୃଷ୍ଟିର ସମସ୍ତ ଯିବା ଆପଣଙ୍କର କୃପା କାମନା କରୁଛନ୍ତି ଓ ଆପଣ ମଧ୍ୟ ସମସ୍ତଙ୍କୁ ମନ ମୁତାବକ ଫଳ ଦେଇ ଥାଆନ୍ତି ।”ମା ଲକ୍ଷ୍ମୀଙ୍କର ବିଶେଷ ପୂଜା ଆପଣ ଏହି ମନ୍ତ୍ର ଦ୍ବାରା କରି ପାରିବେ । ଯାହା ଦ୍ବାରା ଆପଣଙ୍କ ଜୀବନରେ ଅସୁବିଧା ଦୂରେଇ ଯିବା ।

* ” ଧବଳ ପୁଷ୍ପର ମାଳା ଧାରଣ କରି ଚନ୍ଦ୍ର ସମାନ ଉଜ୍ବଳ ଦେଖା ଯାଉଥିବା ମା ଲକ୍ଷ୍ମୀଙ୍କୁ ମୋର ସତ ସତ ପ୍ରଣାମ ।” ଘରର କର୍ତା ଏହି ମନ୍ତ୍ରକୁ ଜପ କରିବା ଦ୍ବାରା ତାଙ୍କ ଜୀବନର ସମସ୍ତ ଦୁଃଖ ଓ ଦ୍ୱନ୍ଦ ଦୂର ହୋଇଥାଏ ।

* ଯେତେବେଳେ ଆପଣ ସନ୍ତାନ ହିନ ହେବାର ଦୁଃଖ ଭୋଗ କରୁଛନ୍ତି ସେହି ସମୟରେ ମା ଙ୍କୁ ଡାକିବା ପାଇଁ ଏହି ମନ୍ତ୍ରକୁ କହିବେ “ହେ ଅଗ୍ନି ଦେବ,ଆପଣ ସେହି ଜଗତ ପ୍ରସିଦ୍ଧ ଲକ୍ଷ୍ମୀ ମାତାଙ୍କୁ ଆବାହନ କରନ୍ତୁ । ଯାହାଙ୍କ ଆଶୀର୍ବାଦରେ ଗାଈ,ଭୂମି ଓ ସନ୍ତାନ ପ୍ରାପ୍ତି ହୋଇଥାଏ ।” ଏହା କହି ଲକ୍ଷ୍ମୀଙ୍କ ନିକଟରେ ଦୀପ ପ୍ରଜ୍ବଳନ କରନ୍ତୁ ।

* ଯେକୌଣସି ସୁଭକର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତା ପୂର୍ବରୁ କୁହନ୍ତୁ ” ହେ ମା ଲକ୍ଷ୍ମୀ ,ସମସ୍ତ ଲୋକଙ୍କୁ ଆଶ୍ରୟ ଦେଇ ନିଜ ସ୍ନେହରେ ବାନ୍ଧି ରଖୁଚ । ତୁମେ ଦୁଖୀ ଜନର ଦୁଃଖ ହାରିଣୀ,ତେଣୁ ମୁଁ ଏହି ଶୁଭ କାର୍ଯ୍ୟକୁ ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ନିକଟରେ ପ୍ରଥମ କରୁଛି ।” ଏତିକି କହି ମାତା ଲକ୍ଷ୍ମୀଙ୍କ ନିକଟରେ ଦୁଗ୍ଧ ଓ ଅର୍ଣ୍ଣ ପ୍ରସାଦ ଚଢ଼ାନ୍ତୁ।ମାତା ଲକ୍ଷ୍ମୀ ହେଉଛନ୍ତି ଦୁଖୀ ଜନର ଦୁଃଖ ହାରିଣୀ ।ଏହିସବୁ ବୈଦିକ ମନ୍ତ୍ର ଦ୍ବାରା ତାଙ୍କୁ ସନ୍ତୁଷ୍ଟ କରନ୍ତୁ ।

Ad2
Leave A Reply