୪୦ ବର୍ଷରୁ ଉର୍ଦ୍ଧ ମହିଳା ମାନଙ୍କ ପାଇଁ ନିଜ ଖାଦ୍ୟରେ ଏହି ତିନିଟି ପରିବର୍ତ୍ତନ କରିବା ଉଚିତ୍ : ଯାହା ତାଙ୍କୁ ରଖିବ ନିରୋଗି ଓ ସୁସ୍ଥ
ଆପଣ ସୁନିଥିବେ ସ୍ୱାସ୍ଥ୍ୟ ନିଜର ଖାଇବା ପାଇବା ଉପରେ ନିର୍ଭର କରିଥଏ । ବୟସ ବଢିବା ସହିତ ଆମର ପାଚନ ଶକ୍ତିର ମଧ୍ୟ ପରିବର୍ତ୍ତନ ହୋଇଥାଏ,ସେଥିପାଇଁ ଜରୁରୀ ଅଟେ ଯେ ବୟସ ସହିତ ଖାଦ୍ୟ ପଦାର୍ଥର ପରିବର୍ତ୍ତନ କରିବା । ମାୟୋ ଗବେଷଣା କେନ୍ଦ୍ରର ଗବେଷକ ମାନେ ଶରୀରର ପୋଷଣ ତତ୍ୱକୁ ନେଇ କିଛିଟା ତଥ୍ୟ ଦେଇଛନ୍ତି । ବୟସ ବଢିବା ବେଳକୁ ସାଧାରଣ ପରିବର୍ତ୍ତନ ତୁଳନାରେ ୪୦ ରୁ ୫୦ ବର୍ଷ ବୟସ ମହିଳା ମାନଙ୍କ ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ ପୋଷାକ ତତ୍ଵକୁ ନିହାତି ନିଜ ଖାଦ୍ୟରେ ଖାଇବା ଆବଶ୍ୟକ ।ଆଜି ଆସନ୍ତୁ ଜାଣିବା ସେହି ତିନିଟି ପୋଷାକ ତତ୍ଵ ଯାହା ମହିଳା ମାନଙ୍କ ପାଇଁ ପୁରୁଷ ମାନଙ୍କ ତୁଳନାରେ ଅଧିକ ଆବଶ୍ୟକ ।
* ହାଡ଼ କୁ ମଜବୁତ୍ କରିବା ପାଇଁ କ୍ୟାଲସିୟମ ଆବଶ୍ୟକ ଅଷ୍ଟ୍ରୀଓ ପୋରସିସ୍ ଏକ ଅଭାଲି ରୋଗ ଯାହା ଆପଣଙ୍କ ହାଡ଼ କୁ ଦୁର୍ବଳ କରି ଦେଇଥାଏ । ସାଧାରଣତଃ ସମସ୍ତଙ୍କର ଧାରଣା ରହିଛି ବୟସ ବଢିବା ସହିତ ହାଡ଼ର ବିକାଶ ହୋଇଥାଏ,ଜେବେକି ଏହା ସତ୍ୟ ଅଟେ ଯେ ୪୦ ବର୍ଷରୁ ଉର୍ଦ୍ଧ ମହିଳାଙ୍କ ନିକଟରେ ଏହା ସମ୍ଭବ ନୁହେଁ । ଅଷ୍ଟ୍ରୀଓ ପୋରଶିସ୍ କାରଣରୁ ମହିଳା ମାନଙ୍କ ହାଡ଼ ଅଧିକ ପ୍ରଭାବିତ ହୋଇଥାଏ,ପୁରୁଷ ମାନେ ଏହି ରୋଗ ଦ୍ବାରା ମହିଳା ମାନଙ୍କ ତୁଳନାରେ କମ ପ୍ରଭାବିତ ହୋଇ ଥାଆନ୍ତି ।ଏହି ରୋଗରେ ନିଜକୁ ଦୂରେଇ ରଖିବା ପାଇଁ ଶରୀରକୁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଆବଶ୍ୟକ ।ଆମେ ଦୁଗ୍ଧ ଜାତୀୟ ଜିନିଷ ରୁ ଅଧିକ ପରିମାଣରେ। କ୍ୟାଲସିୟମ ପାଇ ପାରିବା ।୪୦ ବର୍ଷରୁ ଉର୍ଦ୍ଧ ଜଣେ ମହିଳାଙ୍କ ପାଇଁ ପ୍ରତିଦିନ ୧୨୦୦ ମିଲିଗ୍ରମ କ୍ୟାଲସିୟମ ଆବଶ୍ୟକ ।
* ବୟସ ବଢିବା ସହିତ ମାଂସପେଶୀକୁ ସୁସ୍ଥ ରଖିବ ପାଇଁ ପ୍ରୋଟିନ ଖାଇବା ନିହାତି ଜରୁରୀ । ଯଦି ଆପଣ ଉଚିତ୍ ପରିମାଣର ପ୍ରୋଟିନ ଖାଦ୍ୟରେ ଗ୍ରହଣ କରୁଛନ୍ତି ତେବେ ଏହା ଆପଣଙ୍କ ମାଂସପେଶୀ ଉପରେ ଖରାପ ପ୍ରଭାବ ପକାଇବ ନାହିଁ । ଯଦି ଆପଣ ଶାକାହାରୀ ହୋଇଛନ୍ତି ଏବଂ ମାଂସ କିମ୍ବା ଅଣ୍ଡା ଖାଉ ନାହାନ୍ତି ତେବେ ଆପଣ ପ୍ରୋଟିନ ଯୁକ୍ତ ପରିବା ଖାଇ ପାରିବେ । ତା ସହିତ ସୋୟାବିନି,ଦୁଗ୍ଧ ଜାତୀୟ ଜିନିଷ ଓ ବିଭିନ୍ନ ଶସ୍ୟ ଜାତୀୟ ଜିନିଷ ନିଜ ଖାଦ୍ୟରେ ଗ୍ରହଣ କରନ୍ତୁ ଯାହା ଆପଣଙ୍କ ଶରୀରର ପ୍ରୋଟିନ କୁ ପୁରା କରିବା ।
* ମହିଳା ମାନଙ୍କ ବୟସ ବଢିବା ସହିତ ସେମାନେ ମହପୂର୍ଣ୍ଣ ପୋଷକତାତ୍ୱ ଠାରୁ ଦୂରେଇ ରହିଥାନ୍ତି । ଏହି ବୟସରେ ସେମାନଙ୍କର ମସ୍ତିସ୍କ ସୁସ୍ଥ ରହିବା ନିହାତି ଆବଶ୍ୟକ । ତେଣୁ ସେମାନେ ଭିଟାମିନ – ବି ୧୨ ଯୁକ୍ତ ଖାଦ୍ୟ ପ୍ରତୀକ ଦିନ ଗ୍ରହଣ କରିବା ଉଚିତ୍ । ଯାହା ତାଙ୍କ ଶରୀରରେ ରକ୍ତ କୋଷିକକୁ ସୁସ୍ଥ ରଖିବା ସହିତ ମସ୍ତିସ୍କ କୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହେବ । ତେଣୁ ଅଣ୍ଡା,ଦୁଗ୍ଧ ଜାତୀୟ ଜିନିଷ , ମାଛ ଓ ଶସ୍ୟ ଜାତୀୟ ଜିନିଷ ଖାଇବା ଦ୍ଵାରା ଭିଟାମିନ – ବି ୧୨ ଉଚିତ୍ ପରିମାଣରେ ପାଇ ପାରିବେ ।
