ଉତ୍ତମ ବ୍ୟବହାର କରୁଥିବା ବ୍ୟକ୍ତିକୁ ସାରା ବିଶ୍ୱରେ ସମସ୍ତେ ପ୍ରଶଂସା କରି ଥାନ୍ତି l ଧର୍ମ ,ନୀତି ବିରୁଦ୍ଧରେ କରାଯାଉଥିବା କାର୍ଯ୍ୟକୁ କେହି ଗ୍ରହଣ କରନ୍ତି ନାହିଁ l ଆମର ଦେଶରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଆଦର୍ଶର କଥା କହିଥିଲେ ମଧ୍ୟ ସେତିକି ଆଦର୍ଶବାନ ହୋଇ ନଥାନ୍ତି l କିନ୍ତୁ ଭାରତ ଭଳି ପବିତ୍ର ଭୂମିରେ ମର୍ଯ୍ୟାଦା ପୁରୁଷ ତମ ଶ୍ରୀରାମ ,ବୁଦ୍ଧ ,ସ୍ୱାମୀ ଦୟାନନ୍ଦ ,ଈଶ୍ବରଚନ୍ଦ୍ର ବିଦ୍ୟା ସାଗରଙ୍କ ଭଳି ଅନେକ ମହାନ ବ୍ୟକ୍ତି ଜନ୍ମ ହୋଇ ଭାରତର ମାଟିକୁ ପବିତ୍ର କରିଛନ୍ତି l ଯେଉଁ ବ୍ୟକ୍ତି ଏହିଭଳି ମହାପୁରୁଷଙ୍କ ଆଶ୍ରିତ ତା ପାଇଁ ସ୍ୱର୍ଗର ଦ୍ୱାରା ଆପେ ଆପେ ଖୋଲି ଯାଇଥାଏ l
* ଯେଉଁ ବ୍ୟକ୍ତ ଧର୍ମ ଓ ପବିତ୍ର ମାର୍ଗ ଅବଲମ୍ବନ କରିଥାଏ ସେ ଭଗବାନଙ୍କ ପାଖରେ ଆଶୀର୍ବାଦ ପାଇଥlଏ l ତା ଜୀବନରେ କଦାପି କୌଣସ ଦୁଃଖ ରୁହେ ନାହିଁ l କାରଣ ତା ପ୍ରତି ସମସ୍ତ ବ୍ୟକ୍ତିଙ୍କର ସ୍ନେହ ଓ ଆଶୀର୍ବାଦ ରହିଥାଏ l ଏହିଭଳି ବ୍ୟକ୍ତିମାନେ କାମ ,କ୍ରୋଧ ,ଲୋଭ ଓ ମୋହ ଠାରୁ ଅନେକ ଦୂରରେ ରହିଥାନ୍ତି l କାରଣ ଗୋଟିଏ ଭଲ ମଣିଷର ଏହିସବୁ ଇଚ୍ଛା ଗୁଡିକ ଶତ୍ରୁ ସମାନ ଅଟେ l
* ମଣିଷ ମନରେ ସର୍ବଦା ଉଦାରଶୀଳ ଭାବନା ରହିବା ଆବଶ୍ୟକ l କାରଣ ଉଦାରମନା ବ୍ୟକ୍ତି ସଭିଙ୍କ ପ୍ରତି ସମାନ ସ୍ନେହ ଓ ସହାନୁଭୂତି ରଖିଥାଏ l ଏଭଳି ବ୍ୟକ୍ତି ଭାବିଥାଏ ଯେ ସ୍ୱର୍ଗ ଓ ଈଶ୍ୱର ସମସ୍ତଙ୍କ ଶରୀରରେ ରହିଛି l
* ବ୍ୟକ୍ତି ସବୁବେଳେ ନିଜ ଭଳି ଅନ୍ୟକୁ ମଧ୍ୟ ଭାବିବା ଆବଶ୍ୟକ l ତେଣୁ ସେ କଦାପି ନିଜ ଆୟକୁ ନେଇ ଗର୍ବ ଅନୁଭବ କରିବା ଉଚିତ ନୁହେଁ l ଏହି ସଂସାରରେ ସବୁ କିଛି କ୍ଷଣସ୍ଥାୟୀ ଅଟେ l ସେହିଭଳି ଧନ ମଧ୍ୟ ସମସ୍ତଙ୍କ ନିକଟରେ ଅଧିକ ଦିନ ରହି ନଥାଏ l ଗର୍ବ ଅହଂକାରକୁ ତ୍ୟାଗ କରି ଗୋଟିଏ ଉଦାର ମନା ମଣିଷ ଭାବରେ ବଂଚିବା ଆବଶ୍ୟକ l
* କେବଳ ହିନ୍ଦୁ ଧର୍ମରେ ନୁହେଁ ସମସ୍ତ ଧର୍ମରେ ଜୀବ ହତ୍ୟା ମହାପାପ କୁହାଯାଇଛି l ତେଣୁ ଜୀବ ମାନଙ୍କ ପ୍ରତି ଦୟାଶିଳ ହେବା ଆବଶ୍ୟକ l ସବୁବେଳେ ମନରେ ଭାବିବା ଆବଶ୍ୟକ ଯେ ସମସ୍ତ ଜୀବଜଗତ ସମାନ ଅଟନ୍ତି ଓ ସମସ୍ତଙ୍କ ନିକଟରେ ଈଶ୍ୱର ଅଛନ୍ତି l

Comments are closed.