Odisha news

ପାଣି ନ ଥିବା ଗାଁ ବଲବସପୁର ପାଲି ଶବର ପଡ଼ା : ୩ ବର୍ଷ ହେଲା ମିଳୁନି ପିଇବା ପାଣି

ନର୍ଲା (Deepak Thakur) : ଦୀର୍ଘ ତିନି ବର୍ଷ ହେବ ଲୋକଙ୍କ ପିଇବା ପାଣି ପାଇଁ ନିର୍ମିତ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଅଞ୍ଚଳରେ ବିଜ୍ଞାପନ ପାଲଟିଛି । ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଦେଇ ଶରୀରକୁ ସୁସ୍ଥ ରଖିବାରେ ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି । ସେଥି ମଧ୍ୟରୁ ବସୁନ୍ଧରା ଯୋଜନା ମଧ୍ୟ ରହିଛି କାଳେ ପଞ୍ଚୟତ ସ୍ତର ରୁ ଜିଲ୍ଲା ସ୍ତରର କର୍ମଚାରୀ ମାନେ ଅଭିଯୋଗ ଶୁଣି ସମାଧାନ ନ କରିପାରିଲେ ମଧ୍ୟ ବୋଲି ସରକାର ବସୁନ୍ଧରା ଯୋଜନା କରିଛନ୍ତି ,ସର୍ବସାଧାରଣ ଙ୍କ ପାଇଁ ଏହାର ହେଲ୍ପଲାଇନ ନମ୍ବର ମଧ୍ୟ ବାଵସ୍ଥ୍ୟ। କରିଛନ୍ତି । ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରରୋଡ଼ ଗ୍ରାମପଞ୍ଚାୟତ ଠାରୁ ୪ କିମି ଦୂରରେ ଅବସ୍ତିତ ଶବରପଡ଼ା ,ବଲବସପୁର ଗାଁ ୪୦ ଗୋଟି ପରିବାର ଏକ ପଥରଚଟାଣ ଘେରା ଅଞ୍ଚଳ ରେ ବସବାସ କରୁଛନ୍ତି
ଏହା  ବଲବସପୁର ପାଲି ଗାଁ ଶବର ପଡ଼ା ନାମ ରେ ପରିଚିତ । ଏଠାରେ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ, ପଥରଘେରା ଅଞ୍ଚଳ ରେ ଥିବାରୁ ନଳକୂପ ଅଛିହେଲେ ପାଣିବାହାରୁ ନାହିଁ। ଲୋକେ ୧ କିମି ଦୂର ଜୋର କୁ ଯାଇ ପାଣି ବ୍ୟବହାର କରିଥାନ୍ତି ବୋଲି ଗାଁ ଲୋକ ମାନେ ଅବିଯୋଗ କରିଛନ୍ତି ।
ମା ଠାକୁରାଣୀ ନାରୀସଙ୍ଘ ର ସୁମିତ୍ରା ହରିଜନ, ସାରା ହରିଜନ , ସବେତ୍ରୀ ହରିଜନ ,ଭାନୁମତି ହରିଜନ ଆଦି ଜଳ ସମସ୍ୟା ଉପରେ ପଂଚାୟତ, ବ୍ଲକ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ଠାରେ ଅଭିଯୋଗ କରିଥିବା ଜଣାଇଛନ୍ତି ତେବେ ଅଭିଯୋଗ କଲାପରେ ପଞ୍ଚ।ୟତ ପକ୍ଷରୁ ଯୋଗାଇ ଦିଆଯାଇଥିବା ସିନଟେକ୍ସ ପାଣିଟାଙ୍କି ପ୍ରାୟ ୩ ବର୍ଷ ଧରି ପଡିରହିଛି , କାର୍ଯ୍ୟ ରେ ଆସୁନାହିଁ ।ଏହି ବ୍ୟୟବହୁଳ ଵ୍ୟଵସ୍ଥା ରୁପ୍ରରୋଡ଼ ପଂଚାୟତ ଜିଲ୍ଲା ପ୍ରଶାସନ ପାଣିଯୋଗାଇ ବାରେ ଫେଲ ମାରିଛି। ଶବର ପଡ଼ା ଚାରିପଟେ ପଥର ଚଟାଣ ଥିବାରୁ ନଳକୂପ ମଧ୍ୟ କାମରେ ଆସୁନାହିଁ । ଖରାଦିନେ ପାଣିପାଇଁ ହାହାକାର ହୋଇଥ।ଏ ।
ପଂଚାୟତ ପକ୍ଷରୁ ଟେଙ୍କର ଯୋଗେ ପାଣି ଯୋଗାଇବା ଏକମାତ୍ର ସାହାଭରସା ଥିବାବେଳେ ବର୍ଷବର୍ଷ ଧରି ସମ୍ଭବ ହୋଇପାରିନାହି ବୋଲି ଗାଁ ର ଅନି ହରିଜନ, କବିତା ହରିଜନ, ନରେନ୍ଦ୍ର ତାଣ୍ଡି, ମୁକୁନ୍ଦ ହରିଜନ, ରାଜେନ୍ଦ୍ର ହରିଜନ, ସରୋଜନୀ , ପୂର୍ଣ୍ଣିମା ହରିଜନ ଅଭିଯୋଗ କରିଛନ୍ତି।
Ad2

Comments are closed.