Odisha news

ଆଜିକୁ ବର୍ଷେ ପୁରିଲା ଲକଡାଉନ : ଆସନ୍ତୁ ଜାଣିବା ଭାରତରେ ଆଜିର ସ୍ତିତି କଣ ?

୨୦୨୦ ମାର୍ଚ୍ଚ ୨୩ କୁ ଭାରତରର ପ୍ରଧାନ ମନ୍ତ୍ରୀ କରୋନା ଭାଇରସକୁ ରୋକିବା ପାଇଁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କଲେ l ଗୋଟେ ବର୍ଷ ପରେ ଆଜି ପୁଣି ଲକଡାଉନ ଘୋଷଣା କରାଯାଇଛି ଯେତେବେଲେକି COVID – 19 ବର୍ତମାନ ସାରା ଦେଶରେ ବହୁପରିମାଣରେ କମିଯାଇଛି l

ସାର ପୃଥିବୀରେ ଏହି ଭାଇରସ ଦ୍ରୁତଗତିରେ ମାଡି ଯାଇଥିଲା l ଅନ୍ୟ ଦେଶ ଅଭିଜ୍ଞତାରୁ ଓ ଏକ୍ସପେର୍ଟ ମାନଙ୍କ ମତରୁ ଏହି ଭାଇରସକୁ ରୋକିବାକୁ ହେଲେ ସମଦୁରତା ରକ୍ଷା କରିବାକୁ ପଡିବ ଓ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ l ପ୍ରଧାନ ମନ୍ତ୍ରୀ ମୋଦି ମଧ୍ୟ ଦେଶବାସୀଙ୍କକୁ ସମଧୁରତା ଓ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ ସବୁଦିନ COVID -19ରେ ଆକ୍ରାନ୍ତ ସବୁଦିନ ଦେଖାଯାଉଥିଲେ l ଦେଶରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା 1,59,967 ଓ ଆକ୍ରାନ୍ତଙ୍କ ସଂଖ୍ୟା 11.64 ଥିଲା l

୨୪ ତାରିଖ ମଧ୍ୟ ରାତ୍ରିରେ ଲକଡାଉନ ଘୋଷଣା କରାଗଲା l ଦେଶର ସମସ୍ତ ପ୍ରାଇଭେଟ ,ଗଭମେଣ୍ଟ ,ଶିକ୍ଷା ଅନୁଷ୍ଠାନ ଓ ସମସ୍ତ ଅଫିସ ଗୁଡିକୁ ବନ୍ଦ କରିବାକୁ ନିଷ୍ପତି ନିଆଗଲା l ଦେଶର ପ୍ରଧାନ ମନ୍ତ୍ରୀ ତାଙ୍କ ଭାଷଣରେ କରୋନାର ଏହି ପରିସ୍ତିତିକୁ ଦେଖି “କର୍ଫ୍ୟୁ ” ର ଆଖ୍ୟା ଦେଇଥିଲେ ଓ ଦେଶର ସମସ୍ତ ରାଜ୍ୟ ଓ ଜିଲ୍ଲା ଗୁଡିକ ଧର୍ଯ୍ୟର ସହିତ ଲକଡାଉନକୁ ପାଳନ କରିବାକୁ କହିଥିଲେ l ଏହି କର୍ଫ୍ୟୁ କୁ ଜନତା କର୍ଫ୍ୟୁ ର ଆଖ୍ୟା ଦିଆଯାଇଥିଲା l ଅନ୍ୟ ଦେଶ ତୁଳନାରେ ଲକଡାଉନକୁ ଭାରତରେ ବହୁତ କଡାକଡି ଭାବେ ପାଳନ କରାଯାଇଥିଲା l ଯାହାର ପରିଣlମ ସ୍ୱରୂପ ଭାରତ କିଛି ମାତ୍ରରେ ଏହି ସଂକ୍ରମଣକୁ ଅଟକାଇପାରିଥିଲା l

ଏହି ଲକଡାଉନ ସମୟରେ ବହୁତ ଇଣ୍ଡଷ୍ଟ୍ରି , ବ୍ୟବସାୟିକ ଅନୁଷ୍ଠାନ , ଟ୍ରାଭେଲ ,ଟ୍ୟୁରିଜିମ , ଶିକ୍ଷା ଅନୁଷ୍ଠାନ ଗୁଡିକ ବହୁତ କ୍ଷତି ସହିଥିଲେ ଓ ବର୍ତମାନ ସେମାନେ ଉଠିବାକୁ ଚେଷ୍ଟା କରୁଛନ୍ତି l ଲକଡାଉନରେ ଇଣ୍ଡଷ୍ଟ୍ରି ସବୁ ବନ୍ଦ ରହିବା ଯୋଗୁ ପ୍ରବାସୀ ଶ୍ରମିକ ମାନେ ବହୁତ ହଇରାଣ ହୋଇଥିଲେ ଓ ଏହା ମଧ୍ୟ ଦେଖା ଯାଇଥିଲା ଯେ ବହୁତ ଲୋକ ସେମାନେ ତାଙ୍କ ଭିଟାମାଟିକୁ ଫେରିବା ପାଇଁ ବହୁତ କିଲୋମିଟର ଚାଲି ଚାଲି କିମ୍ବା ସାଇକେଲରେ ଯାତ୍ରା କରୁଥିଲେ l

ଦେଶରେ COVID -19 ର ବର୍ତମାନ ଚିତ୍ର :
ବର୍ତମାନ ସାରାଦେଶରେ 2400 COVID -19 ର ବିଭିନ୍ନ ପ୍ରକାରର ଟେଷ୍ଟିଙ୍ଗ ଲାବୋରଟୋରୀ ଅଛି l ଭାରତର ମେଡିକାଲ କାଉଁସିଲ ର (ICMR ) ଅନୁସାରେ 2425 ଲାବୋରଟୋରୀ ରୁ 545 ଟି ସରକାରୀ ଲାବୋରଟୋରୀରେ RT-PCR ସୁଭିଧା ଅଛି l ଯେତେବେଳେ ପ୍ରଥମେ ଏହି ମହାମାରୀ ଆରମ୍ଭ ହେଲା ସେତେବେଳେ ଜମା 100 ଟି ଟେଷ୍ଟିଙ୍ଗ ଲାବୋରଟୋରୀ ଥିଲା l ବର୍ତମାନ ଦେଶରେ COVID -19 ର ଟେଷ୍ଟିଙ୍ଗ ଦ୍ରୁତ ଗତିରେ କରାଯାଉଛି ଓ ICMR ତଥ୍ୟ ଅନୁସାରେ ମାର୍ଚ୍ଚ 21 ତାରିଖ ପର୍ଯ୍ୟନ୍ତ ଟେଷ୍ଟିଙ୍ଗ ସଂଖ୍ୟା 3,44,45,774 ଓ ଖାଲି ମାର୍ଚ୍ଚ ମାସରେ 8,80,655 ନମୁନା ନିଆଯାଇଥିଲା l

ବର୍ତମାନ ଭାରତରେ ଦୁଇଟା ଟୀକା ଦିଆଯାଉଛି ଓ ସେ କମ୍ପାନୀ ଗୁଡିକର ନାମ ଭାରତ ବାୟୋଟେକ ଓ ସେରମ ଇନଷ୍ଟିଚ୍ୟୁଟ l
ଗତ ୨୪ ଘଣ୍ଟା ମଧ୍ୟରେ ୪୭,୨୬୨ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୭ କୋଟିରୁ ଯଥେଷ୍ଟ ଅଧିକ ହୋଇଯାଇଛି। ଗତବର୍ଷ ନଭେମ୍ବର ମାସ ପ୍ରାରମ୍ଭ ପରେ ଏହା ହେଉଛି ରେକର୍ଡସଂଖ୍ୟକ ସର୍ବାଧିକ ଦୈନିକ ସଂକ୍ରମଣ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୭,୨୬୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୭୫ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୭,୩୪,୦୫୮ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୨୭୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୦,୪୪୧ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨୩,୯୦୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୧୨,୦୫,୧୬୦।

ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୬୮,୪୫୭ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୫,୦୮,୪୧,୨୮୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମାର୍ଚ ୨୩ ସୁଦ୍ଧା ସମୁଦାୟ ୨୩,୬୪,୩୮,୮୬୧ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୦, ୨୫,୬୨୮ଟି ନମୁନା।

 

Ad2

Comments are closed.